ଦୋକାନରେ ନିଆଁ ଲଗାଇଲେ ଦୁବୃର୍ତ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

11

ହିଂଜିଳିକାଟୁ,୧୫/o୯(ଶେଷଦେବ ସାହୁ): ହିଂଜିଳି ଥାନା ନିମିଗାଁ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ କୌଣସି ଦୁବୃର୍ତ ସଂପୃକ୍ତ ଗ୍ରାମର ସୁଦର୍ଶନ ସାହୁଙ୍କ ଗ୍ୟାସ୍, ଫେନ୍ ଓ ଷ୍ଟୋଭ ମରାମତି ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ନିଆଁ ଲାଗି ଦୋକାନଟି ସମ୍ପୂର୍ଣ୍ଣ ପୋଡ଼ି ଯିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଏ ନେଇ ଦୋକାନ ମାଲିକ, ରବିବାର ହିଂଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତିରେ ନଂ- ୨୪୨/୧୯ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ କରୁଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି । । ପ୍ରକାଶ ଥାଉକି ଶୁକ୍ରବାର ରାତିରେ ସଂପୃକ୍ତ ଗ୍ରାମରେ ଗଣେଷ ମେଢ ବିସର୍ଜନ ସମୟରେ ଦୋକାନ ମାଲିକଙ୍କ ପୁଅ ଶଙ୍କର ସହ ଉକ୍ତ ଗ୍ରାମର କିଛି ବ୍ୟକ୍ତିଙ୍କ କୌଣସି କଥାକୁ କେନ୍ଦ୍ର କରି ଯୁକ୍ତିତର୍କ ହୋଇଥିଲା । ଏଥିରେ ସଂପୃକ୍ତ ବ୍ୟକ୍ତି ମାନେ ଶଙ୍କରଙ୍କୁ ବିଭିନ୍ନ ଧମକ ଦେଇଥିଲେ ।ତାହାପରେ ଶନିବାର ବିଳମ୍ବିତ ରାତିରେ ସୁଦର୍ଶନଙ୍କ ମରାମତି ଦୋକାନରେ ନିଆଁ ଲାଗିଥିବା ଦେଖି ଗ୍ରାମର କିଛି ଭଦ୍ରବ୍ୟକ୍ତି ଦୋକାନ ମାଲିକଙ୍କୁ ଖବର ଦେଇଥିଲେ । ଦୋକାନ ମାଲିକ ଦୋକାନ ନିକଟରେ ପଂହଚିବା ବେଳକୁ ଦୋକାନଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇ ଯାଇଥିଲା ।

ADVERTISEMENT