ଋଷିକୂଲ୍ୟା ନଦୀରେ ପୋଲ ନିର୍ମାଣରେ ବିଳମ୍ବ…

12

ଆସିକା,୧୬/o୯(ଏଜେନସି ): ଆସିକା ବ୍ଳକରେ ରହିଛି କେନ୍ଦୁପଦର ଗ୍ରାମ ସମେତ ପ୍ରାୟ କୋଡିଏ ଖଣ୍ଡ ଗ୍ରାମ ହେଲେ ସେହି ଗ୍ରାମ ଗୁଡିକ ଲୋକମାନଙ୍କ ଯାତାୟତରେ ଘୋର ବାଧକ ସାଜିଛି ଏହି ରୁଷିକୂଲ୍ୟା ନଦୀ ଏହି ନଦୀର ଆରପାରିରେ ଅନେକ ଗ୍ରାମ ରହିଥିବା ବେଳେ ଖରା ଦିନରେ ଲୋକେ ଅସ୍ଥାୟୀ ପୋଲ ନିର୍ମାଣ କରି ଲୋକେ ଯାତାୟତ କରିଥାନ୍ତି । ହେଲେ କିନ୍ତୁ ବର୍ଷା ଦିନ ଆସିଗଲେ ସତେ ଯେମିତି ନଇ ଆରପାରିରେ ଥିବା ଗ୍ରାମ ଗୁଡିକ ଏକ ପ୍ରକାର ବିର୍ଚ୍ଚିନ ହୋଇଯାଇଥାଏ । ତେବେ ଏହି ବର୍ଷ ବର୍ଷର ସମସ୍ୟାକୁ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ବ ହୋଇଥିଲା । କିନ୍ତୁ ନିର୍ମାଣରେ ବିଳମ୍ବ ହେଉଥିବା ବେଳେ ଲୋକଙ୍କ ଯାତାୟତ ଆଗଭଳି ସମସ୍ୟା ଭୋଗୁଛନ୍ତି କେନ୍ଦୁପଦର ଗାଁ ସମେତ ଆଖପାଖର ଦଶ ଖଣ୍ଡ ଗାଁ ର ଲୋକେ ବାଧ୍ୟ ହୋଇ ଭଙ୍ଗା ଦଦରା ଦେଶି ଡଙ୍ଗାରେ ଯାତାୟତ କରିଥାନ୍ତି ଲୋକେ ।

ADVERTISEMENT