ଗୋପାଳପୁର ବେଳାଭୂମି ଠାରେ ଆଜି ସହକାରୀ ଜିଲ୍ଲାପାଳ : ତତ୍ତ୍ଵାବଧାନରେ ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ ଓ ସଫେଇ କାର୍ଯ୍ୟକ୍ରମ

30

ଗୋପାଳପୁର,୧୬/o୯(ଏଜେନସି ): ଗୋପାଳପୁର ବେଳାଭୂମି ଠାରେ ଆଜି ସହକାରୀ ଜିଲ୍ଲାପାଳ , ବିନୋଦ କୁମାର ବେହେରା,ଉପ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ଲାଷ୍ଟିକ ଓ ପଲିଥିନ ନିଷିଦ୍ଧ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ଓ ଦୋକାନ ଗୁଡ଼ିକୁ ବୁଲି ଦେଖିଥିଲେ । ବୃକ୍ଷ ରୋପଣ କରାଯାଇଛି, ବେଳାଭୂମି ସଫେଇ କାର୍ଯ୍ୟ ଢୃରାନିତ କରାଯାଇଛି । ସାହି ସାହି ପରିଦର୍ଶନ କରି ଜବରଦଖଲ ଉଚ୍ଛେଦ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ଓ ଆମରି ଜିଲ୍ଲାପାଳଙ୍କ ‘ମୋ ଗୋପାଳପୁର’ କାର୍ଯ୍ୟକ୍ରମକୁ କିପର ଗୋପାଳପୁର ସହରକୁ ସ୍ଵଛ, ସୁନ୍ଦର,ସରସ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦେବାନିମନ୍ତେ ଜନସାଧାରଣଙ୍କୁ ଅନୁରୋଧ ଓ ସହଯୋଗ କାମନା ଲୋଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ଏନ ଏ ସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଉମାଶଙ୍କର ସେଠିଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ADVERTISEMENT