ଚିଙ୍ଗୁଡ଼ି ବେପାରୀଙ୍କୁ ବୋମାମାଡ଼ ସେମାନେ ଗୁରୁତର ଆହତ

14

ଚାନ୍ଦବାଲି,୧୬/o୯(ଏଜେନସି ): ରବିବାର ବିଳମ୍ବିତ ରାତ୍ରୀରେ ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲୁକିରି ଛକ ନିକଟରେ ବୋମାମାଡ଼ ଯୋଗୁଁ ଦୁଇ ଜଣ ଚିଙ୍ଗୁଡ଼ି ବେପାରୀ ଗୁରୁତର ଆହତ ହୋଇଛନ୍ତି । କ୍ଷତବିକ୍ଷତ ହୋଇଥିବା ବ୍ୟକ୍ତିଦ୍ୱୟ ହେଉଛନ୍ତି ସ୍ଥାନୀୟ ଯୋଗୀପୋଖରୀ ଗାଁର ବସନ୍ତ ସାମଲ ଏବଂ ଜଡ଼ା ଓରଫ୍‌ ଗୌରହରି ମାଝୀ। ବିଳମ୍ବିତ ରାତ୍ରୀରେ ପପୁ, ସୁଦର୍ଶନ ସେଠୀ, ଗୌରହରି ଏବଂ ଅନ୍ୟ ଦୁଇଜଣ ଯୁବକ ଚାନ୍ଦବାଲି-ଧାମରା ରାସ୍ତାର ବାଲୁକିରି ନିକଟସ୍ଥ ସେମାନଙ୍କ ଚିଙ୍ଗୁଡ଼ି ପୋଖରୀ ପାଖରେ ଠିଆ ହୋଇଥିବା ବେଳେ ତାଙ୍କ ଉପରକୁ ତିନୋଟି ବୋମା ନିକ୍ଷେପ କରାଯାଇଥିଲା। ବୋମା ବିସ୍ଫୋରଣ ଯୋଗୁଁ ପପୁ ଓ ଜଡ଼ା ସାଙ୍ଘାତିକ ଆହତ ହୋଇଥିଲେ। ଲହୁଲୁହାଣ ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ଡାକ୍ତରମାନେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି । ପପୁ ଓ ଜଡ଼ା ଚିଙ୍ଗୁଡ଼ି ଚାଷ ଓ ବ୍ୟବସାୟ କରନ୍ତି। ତାଙ୍କ ଉପରକୁ କେଉଁ ଉଦ୍ଦେଶ୍ୟରେ ବୋମା ଫିଙ୍ଗାଯାଇଛି ତାହା ଜଣାପଡ଼ିନାହିଁ। ଚାନ୍ଦବାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT