ଜୂଆଢିଆଙ୍କ ଆଡ୍ଡା ଉପରେ ପୋଲିସ ଚଢ଼ାଉ ୪ଜଣ ଗିରଫ

13

କୁକୁଡାଖଣ୍ଡି,୧୬/o୯(ଇ.ରଞ୍ଜନ): ଥାନା ଠାରୁ ମାତ୍ର ୧କମି ଦୂର ଠାକୁରାଣୀ ମନ୍ଦିର ନିକଟ ରାସ୍ତାରେ ଚାଲିଥିଲା ଜୂଆଢିଆଙ୍କ ଆଡ୍ଡା ଉପରେ ଚଢ଼ାଉ । ଏହା ନୂଆ ନୁହେଁ ପୂର୍ବରୁ ମଧ୍ୟ ଦୁଇ ଥର ସେହିସ୍ଥାନରେ ପୋଲିସ ଚଢଉ କରିଥିଲା। ତଥାପି ଖାତିର ନକରି ଜୁଆଡିମାନେ ଖେଳ ଚାଲୁରଖିଥିଲେ। ସୂଚନା ମୁତାବକ ଆକୁଂଶପୁର ଠାକୁରାଣୀ ମନ୍ଦିର ନିକଟରେ ଥିବା ଏକ ମୋବାଇଲ ଟାଓ୍ବାରରେ ବହୁଦିନଧରି ଚାଲିଥିଲା ଜୁଆଆଡ୍ଡା । ଚାଲିଥିବା ସ୍ଥାନ ନିକଟରେ ୨ଟି ସ୍କୁଲ ମଧ୍ୟ ରହିଛି। ରବିବାର ଥାନା ଅଧିକାରୀ ସନ୍ତୋଷିନୀ ଓରାମଙ୍କ ନେତୃତ୍ବରେ ପୋଲିସଟିମ ଚଢଉ କରି ଘଟଣାସ୍ଥଳରୁ ନଗଦ୫ହଜାର ଟଙ୍କା ,ତାସକାଟା,ସହ ଇ.ସେଲପତି ଦୋରା,ବି.ରାଜଗୋପାଲଦୋରା,ଡି.ମୁନାରାଓ,ଇ.ସନ୍ତୋଷ ରାଓକୁଂ ଗିରଫକରି କୋର୍ଟ ଚାଲାଣ କରିଛି। ଚଢଉ ହେଉଛି କୋଟଚାଲାଣ ହେଉଛନ୍ତି ତଥାପି ନିଶାକୁ ଛାଡିପାରୁ ନାହାନ୍ତି ଜୁଆଡି,ଏମିତି ଅବସ୍ଥାରେ ପୋଲିସ ବି ନାଚାର ।

ADVERTISEMENT