ସୁପ୍ରିମ୍‌କୋର୍ଟ : ସରକାର ଜାମ୍ମୁ କାଶ୍ମୀର ଓ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ

11

ନୂଆଦିଲ୍ଲୀ,୧୬/o୯(ରବି ଦାସ ) : ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ସୋମବାର ସୁପ୍ରିମ୍‌କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସରକାର ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏ ସମ୍ପର୍କିତ ୮ଟି ମାମଲାର ବିଚାର କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗାଇ କେନ୍ଦ୍ର ସରକାରଙ୍କୁ କୌଣସି ନିର୍ଦ୍ଦେଶ ଜାରି କରିବାକୁ ମନା କରିଛନ୍ତି। ତେବେ ସରକାର ଜମ୍ମୁ-କଶ୍ମୀରରେ ଯୋଗାଯୋଗ ବ୍ୟବସ୍ଥାର ସୁଧାର ଲାଗି ପ୍ରୟାସ କରିବା ଆବଶ୍ୟକ ବୋଲି ଗୋଗୋଇ କହିଛନ୍ତି। ସୋଲିସିଟର ଜେନେରାଲ ତୁଷାର ମେହେଟା ଅଦାଲତରେ କହିଥିଲେ ଯେ, ଅଗଷ୍ଟ ୫ଠାରୁ ଇତିମଧ୍ୟରେ ଜମ୍ମୁ-କଶ୍ମୀରରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏଠାକାର ୮୭ ପ୍ରତିଶତ ଅଞ୍ଚଳରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି।

ADVERTISEMENT