ଭାରତୀୟ ଜଳରାଶିର ଅତି ନିକଟରେ ଚଳାଚଳ କରୁଛି ଚୀନ୍‌ର ଆଣବିକ ବୁଡ଼ାଜାହାଜ

10

ନୂଆଦିଲ୍ଲୀ,୧୬/o୯(ରବି ଦାସ ) : ଭାରତୀୟ ଜଳରାଶିର ଅତି ନିକଟରେ ଚୀନ୍‌ର ଆଣବିକ ବୁଡ଼ାଜାହାଜ ଚଳପ୍ରଚଳ କରୁଥିବା କଥା ଭାରତୀୟ ନୌସେନା ଟ୍ରାକ୍‌ କରିଛି। ଭାରତ ମହାସାଗର ଅଞ୍ଚଳରେ ଚୀନ୍‌ର ଉପସ୍ଥିତି ବୃଦ୍ଧି ଚିନ୍ତାର କାରଣ ହୋଇଥିବା ବେଳେ ଏ ଘଟଣା ଜଣାପଡ଼ିଛି । ଚୀନ୍‌ର ଆମ୍ଫିବିୟସ୍‌ ଯୁଦ୍ଧପୋତ ଜିଆନ୍‌ ଏବଂ କ୍ଷେପଣାସ୍ତ୍ରବାହୀ ପୋତର ଚିତ୍ର ଏକ ଜାତୀୟ ଗଣମାଧ୍ୟମ ସଂଗ୍ରହ କରିଛି। ସେପ୍ଟେମ୍ବର ପ୍ରଥମାର୍ଦ୍ଧରେ ଏହି ଚିତ୍ରଗୁଡ଼ିକ ପି-୮୧ ମେରିଟାଇମ୍‌ ସର୍ଭିଲେନ୍‌ସ୍‌ ବିମାନରୁ ଉତ୍ତୋଳନ କରାଯାଇଛି। ଶ୍ରୀଲଙ୍କାର ଜଳରାଶି ଉପରକୁ ଯିବା ପୂର୍ବରୁ ଏହା ଭାରତ ମହାସାଗର ଉପରେ ପାଟ୍ରୋଲିଙ୍ଗ୍‌ କରୁଥିଲା। ପି-୮୧ ମଧ୍ୟ ଚୀନ୍‌ର ଅନ୍ୟ ଏକ ଶସ୍ତ୍ରବାହୀ ପୋତ ଚିହ୍ନଟ କରିଛି । ଏହା ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଚୀନ୍‌ର ବାଣିଜ୍ୟ ପୋତଗୁଡ଼ିକୁ ସୁରକ୍ଷା ଦେବା ନିମନ୍ତେ ଆଡେନ୍‌ ଉପସାଗରରେ ମୁତୟନ କରାଯାଇଥିଲା । ଭାରତ ମହାସାଗର ଜଳରାଶିକୁ ପ୍ରବେଶ କରୁଥିବା ସମସ୍ତ ଚୀନ୍‌ ପୋତଗୁଡ଼ିକ ଉପରେ ଭାରତୀୟ ନୌସେନା ଦୃଷ୍ଟି ରଖିଛି।

ADVERTISEMENT