ରାସ୍ତା ପାର୍ଶ୍ୱରେ ବେଆଇନ ପାର୍କିଙ୍ଗ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖା ଦେଉଛି

38

ବ୍ରହ୍ମପୁର,୧୬/o୯(ଇ. ରଞ୍ଜନ) : ବ୍ରହ୍ମପୁର ସହରରେ ବିଭିନ୍ନ ସ୍ଥାନରେ ବେଆଇନ ପାର୍କିଙ୍ଗ ଟ୍ରାଫିକ ସମସ୍ୟା ଦେଖା ଦେଉଛି ସେଥିମଧ୍ୟରୁ ପୁରୁଣା ବସଷ୍ଟାଣ୍ଡ ଠାରୁ ସିଟି ହସ୍ପିଟାଲ ରୋଡରେ ପ୍ରତିଦିନ ଠେଲା ଗାଡି ବିକ୍ରେତାଙ୍କ ଭିଡ଼ ଦିନକୁ ଦିନ ବୃଦ୍ଧି ଯୋଗୁଁ ରାସ୍ତାଟି ଯାତାୟାତ କରୁଥିବା ଲୋକଙ୍କ ପାଇଁ ଅଣନିଶ୍ୱାସୀ ହେଉଥିବା ଅଭିଯୋଗ ହୋଇଛି। କିନ୍ତୁ ପ୍ରଶାସନ ସବୁ ଦେଖି ନଦେଖିଲା ଭଳି ଅଭିନୟ କରୁଥିବା ଶୁଣିବାକୁ ମିଳୁଛି । ତାହା ସହ ରାସ୍ତା ପାର୍ଶ୍ୱରେ ପରିବା ବିକ୍ରେତାଙ୍କ ଠାରୁ ଚାନ୍ଦା ଆଦାୟ ହେଉଥିବା କୁଆଯାଉଛି । ଯାହା ଫଳରେ ପ୍ରଶାସନ ନୀରବତା ଯୋଗୁଁ ରାସ୍ତାଟି ପ୍ରାୟ ସନ୍ଦ୍ୟା ସମୟରେ ସାଧାରଣ ଲୋକଙ୍କ ଯାତାୟାତକୁ ପ୍ରଭାଵିତ ହେଉଥିବାକୁ ନେଇ କାର୍ଯ୍ୟରତ କର୍ମଚାରିଙ୍କ ସ୍ୱଛତା ପ୍ରତି ପ୍ରଶ୍ନବାଛି ସୃଷ୍ଟି ହେବା ସହ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି ।

ADVERTISEMENT