ଫଳକରେ ପଦ୍ମନାଭପୁର ମାତ୍ର କଲେଜ ଚାଲିଛି ବ୍ରହ୍ମପୁରରେ

8

ଦିଗପହଣ୍ଡି,୧୮/ ୯ (ପ୍ରଫୁଲ୍ଲ କୁମାର ସାବତ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ପଦ୍ମନାଭପୁର ଠାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ ଘଟଣା। ଫଳକରେ ଲେଖାଯାଇଛି ଯେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶ୍ରୀଧାମ ଓ ତଳେ ଲେଖାଯାଇଛି ପ୍ଲସ ଟୁ ଜୁନିୟର କଲେଜ ବିଦ୍ୟାର୍ଥୀ ଆସି ବାଉଳା ହେଉଛନ୍ତି କିନ୍ତୁ କଲେଜ ଏଠାରୁ ଅଛି ବ୍ରହ୍ମପୁରରେ ୩୫ କିଲୋମିଟର ଧୁରରେ। ଏହି ଅନୁଷ୍ଠାନକୁ ଲୋକ ଦାନ କରିଛନ୍ତି କିନ୍ତୁ ବଦାନ୍ୟ ବ୍ୟକ୍ତିଙ୍କ ନାମ ଲେଖାଯାଇନାହିଁ। ତାହାର ହିସାବ ନିକାସ ମଧ୍ୟ ଅଛି କି ନାହିଁ ତାହା ସନ୍ଧେହ ଘେରରେ। ଗୁରୁଜୀ, ଗୁରୁମା ଓ ଅନ୍ୟ କର୍ମଚାରୀ ମାନଙ୍କୁ ବହୁତ କମ ଦରମା ଦେଇ ଦିନରାତି ଖଟାଯାଉଛି। ଅନ୍ତେବାସୀଙ୍କୁ ଏଠାରେ ଏକ ପ୍ରକାର କଏଦୀ ଭଳି ରଖାଯାଉଛି। ଅବିଭାବକ ମାନେ ନିଜ ପିଲାମାନଙ୍କୁ ମିଶିବା ପାଇଁ ଏଠାରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ସରକାରଙ୍କ ନିୟମ ଅନୁସାରେ ଗରିବ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୨୫% ସଂରକ୍ଷଣ ବ୍ୟବସ୍ତା ରହିଥିବା ବେଳେ ଏହି ଅନୁଷ୍ଠାନର ବ୍ୟତିକ୍ରମ ହେଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଯଦି ଉଚ୍ଚ କତ୍ତୃପକ୍ଷ ଏହାର ତଦନ୍ତ କରନ୍ତି ତେବେ ଗରିବ ଉ ମେଧାବୀ ବିଦ୍ୟାର୍ଥୀ ଉପକୃତ ହୋଇପାରିବେ।

ADVERTISEMENT