ବିଜୁ ଯୁବ ବାହିନୀ ପକ୍ଷରୁ ସାହାସପୁରରେ ସବୁଜ ବାହିନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

14

ବ୍ରହ୍ମପୁର,୧୮/୯ (ପ୍ରଫୁଲ୍ଲ କୁମାର ସାବତ): ବିଜୁ ଯୁବ ବାହିନୀ ସାହାସପୁର ପଞ୍ଚାୟତର ସଭାପତି ଶ୍ରୀ ଏ. କୈଳାସ ପାତ୍ରଙ୍କ ତତ୍ୱାବଧାନରେ ସାହାସପୁର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ‘ସବୁଜ ବାହିନୀ’ ସୋମବାର ଦିନ ଅନୁଷ୍ଠିତ ହୋଇଅଛି l ଯୁବ ବାହିନୀ ସଭ୍ୟଙ୍କ ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ଜନସେବା ମୂଳକ କାର୍ଯ୍ୟକ୍ରମରେ ସଭ୍ୟଙ୍କ ଦ୍ୱାରା ଠାକୁରାଣୀ ମନ୍ଦିର ପାର୍ଶ୍ୱ ଅଞ୍ଚଳ, ଶ୍ରୀ ହନୁମାନ ପ୍ରତିମୂର୍ତ୍ତି ସ୍ଥାନ ସହିତ ଗ୍ରାମରାସ୍ତାରେ ବୃକ୍ଷ ରୋପଣ କରାଯାଇଅଛି l
ଜନସଚେତନତା କାର୍ଯ୍ୟକ୍ରମରେ ଆୟୋଜନ କରି ବୃକ୍ଷରୋପଣ ପ୍ରତି ଆକୃଷ୍ଟତା ସୃଷ୍ଟି କରାଯିଵା ସହିତ ଆଜିର ସଚେତନତାକୁ ପାଥେୟ କରି ପଥପ୍ରାନ୍ତ ସଭା ମାଧ୍ୟମରେ ଜଙ୍ଗଲ କ୍ଷୟକୁ ପରିଣତି ,ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରର ଭବିଷ୍ୟତ ସମ୍ବନ୍ଧିରେ ସାଧାରଣକୁ ଅବଗତ କରିଛନ୍ତି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂପାଦକ ବିନାୟକ ପାତ୍ର, ଅନିଲ କୁମାର ରାଉଳ,ନାଏବ ସରପଞ୍ଚ ଶ୍ରୀ ସୁଶାନ୍ତ କୁମାର ବାଡ଼ତ୍ୟା ପ୍ରମୁଖ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମରେ ରୂପରେଖ ଚୁଡାନ୍ତ କରିଥିବା ବେଳେ ସନ୍ତୋଷ ପାତ୍ର, ଗୋପାଳ କୃଷ୍ଣ ରାଉଳ,ବିନୋଦ ରାଉଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ADVERTISEMENT