କୋଇଲା ବୋଝେଇ ଟ୍ରେନ୍‌ ଲାଇନଚ୍ୟୁତ

16

ଝାରସୁଗୁଡ଼ା ,୧୮।୯(ଏଜେନ୍ସି ): ଝାରସୁଗୁଡ଼ା ଜିଲା ଲହଣ୍ଡାବୁଡ଼ ଲେବଲ କ୍ରସିଂ ନିକଟରେ ବେଦାନ୍ତ କମ୍ପାନୀର ମାଲବାହୀ ଟ୍ରେନ୍‌ ବୁଧବାର ସକାଳେ ଲାଇନଚ୍ୟୁତ ହୋଇଛି। ଟ୍ରେନ ସୁନ୍ଦରଗଡ ବସୁନ୍ଧରା କୋଇଲା ଖଣିରୁ କୋଇଲା ବୋଝେଇ କରି ଝାରସୁଗୁଡ଼ା ଯାଉଥିବା ବେଳେ ୩ଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡ଼ିଛି। ଟ୍ରେନ ରାସ୍ତାରେ ଅଟକି ରହିଥିବା ବେଳେ ବେଦାନ୍ତ ପ୍ରକଳ୍ପକୁ କୋଇଲା ପରିବହନରେ ବାଧାପ୍ରାପ୍ତ ହୋଇଛି ।

ADVERTISEMENT