ଆଜି କଟକ ଓ ବଲାଙ୍ଗିର ବନ୍ଦ

25

ଭୁବନେଶ୍ୱର,୧୮/ ୯(ଏଜେନ୍ସି ): ଆଜି ହିନ୍ଦୁ ସେନା ଓ କଟକ ସହର ସୁରକ୍ଷା କର୍ମୀଙ୍କ ପକ୍ଷରୁ ୪ ଟି ଦାବି ନେଇ କଟକ ବନ୍ଦ ଡାକରା ଦିଆଯାଇଛି। କଟକରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥାନାନ୍ତର ଘଟଣା, ଉଠା ଦୋକାନୀଙ୍କୁ ଥଇଥାନ କରିବା, ରାସ୍ତା ଘାଟ ସମସ୍ୟା, ଗାଡି ଚଳାଚଳ ନିୟମକୁ ୩ ମାସ ବଦଳରେ ୬ ମାସ କୋହଳ କରିବା ଇତ୍ୟାଦି ଦାବି ରହିଛି। ଅନ୍ୟପଟେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜି ବଲାଙ୍ଗିର ବନ୍ଦ ଡାକରା ଦେଇଛି । ଜିଲ୍ଲାର ସବୁ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ, ଜୀବନବୀମା, ବ୍ୟାଙ୍କକୁ ବନ୍ଦ କରିବ ସଂଘ। ତେବେ ସ୍କୁଲ, କଲେଜ ସହ ଅନ୍ୟ ଶିକ୍ଷାନୁଷ୍ଠାନକୁ ବନ୍ଦ ଡାକରାରୁ ବାଦ୍ ଦିଆଯାଇଛି। ସେହିପରି ଗାଡିମଟର ଚଳାଚଳ ସ୍ୱାଭାବିକ ରହିବା ସହ ଦୋକାନବଜାର ଖୋଲା ରହିବ ବୋଲି ଜଣା ପଡ଼ିଛି।

ADVERTISEMENT