ଟ୍ରକ୍ ସହ ଟ୍ରାଭେଲର ଗାଡ଼ିର ଧକ୍କା-ଦୁଇ ମୃତ୍ୟୁ

12

ଆନନ୍ଦପୁର, (ଏଜେନ୍ସି ): କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବୀରଗୋବିନ୍ଦପୁର ନିକଟରେ ଟ୍ରକ୍ ସହ ଏକ ଟ୍ରାଭେଲର ଗାଡ଼ିର ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିବା ସହ ୬ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ମହେଶ ପଣ୍ଡିତ ଓ ମୋତି ସିଂ। ଆହତମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ଘର ମଧ୍ୟପ୍ରଦେଶ ଗୁନା ଅଞ୍ଚଳରରେ ବୋଲି ଜଣାପଡ଼ିଛି। ଗାଡ଼ିଟିରେ ମୋଟ ୧୧ ଜଣ ଯାତ୍ରୀ ଥିଲେ। ଗତକାଲି ସେମାନେ ଗୟାରେ ପିଣ୍ଡଦାନ କରି ଘରକୁ ଫେରୁଥିବା ବେଳେ ବୀରଗୋବିନ୍ଦପୁର ନିକଟରେ ସେମାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ADVERTISEMENT