ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌

ମୋହାଲି,(ଏଜେନ୍ସି) : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ । ମୋହାଲିରେ ମ୍ୟାଚ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ତେଣୁ ଆଜିର ମ୍ୟାଚରେ ବିଜୟ ସହ ଘରୋଇ ସିଜିନ ଆରମ୍ଭ କରିବାକୁ ଭାରତ ଲକ୍ଷ୍ୟ ରଖିଛି। ଟିମ୍ ଇଣ୍ଡିଆ ସବୁ ବିଭାଗରେ ଶକ୍ତିଶାଳୀ ରହିଛି। କ୍ୟାପ୍ଟେନ ବିରାଟ କୋହଲି, ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଉପରେ ବ୍ୟାଟିଂ ବିଭାଗ ନିର୍ଭର କରିବ । ଆଜି ଚୂଡ଼ାନ୍ତ ଏକାଦଶରେ ଶ୍ରେୟାସ ଆୟରଙ୍କୁ ସ୍ଥାନ ମିଳିବା ଏକପ୍ରକାର ନିଶ୍ଚିତ ହୋଇଛି।

ADVERTISEMENT