ସ୍କୁଲ ଶିକ୍ଷକ-ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ସମୟର ପରିବର୍ତ୍ତନ

16

ଭୁବନେଶ୍ୱର,୧୮/ ୯(ଏଜେନ୍ସି) : ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ଏହି କ୍ରମରେ ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ, ସ୍କୁଲ ଶିକ୍ଷକ-ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ସମୟ ଯାହାକି ୬ ଘଣ୍ଟା ବଦଳରେ ୭ ଘଣ୍ଟାକୁ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ ସାଢେ ୯ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ସ୍କୁଲରେ ରହିବେ ଶିକ୍ଷକ-ଶିକ୍ଷୟତ୍ରୀ । ନୂଆ ନିୟମ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି l

ADVERTISEMENT