ପ୍ରଶାସନ ଶୁଣିଲାନି, ଚାଷୀ ବାନ୍ଧିଲେ ଆଡ଼ିବନ୍ଧ

13

ହିଂଜିଳିକାଟୁ,୧୮/୯(ଶେଷଦେବ ସାହୁ) : କୃଷି ଓ କୃଷକର ଉନ୍ନତି ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନାମାନ ପ୍ରଣୟନ କରିଛନ୍ତି । ସେମାନଙ୍କ ଆର୍ଥିକ ମାନଦଣ୍ଡର ଅଭିବୃଦ୍ଧି ହାର ବୃଦ୍ଧି ଓ ସେମାନେ କିପରି ସ୍ୱାବଲମ୍ବି ହୋଇପାରିବେ, ସେ ନେଇ ଉଭୟ ସରକାର ତତପରତା ପ୍ରକାଶ କରି ଆସୁଛନ୍ତି । କୃଷି ବିଭାଗ ସହ ସହବନ୍ଧିତ ବିଭିନ୍ନ ବିଭାଗ ସହ ସମ୍ବନୟ ରକ୍ଷା କରିବା ସହ କୃଷି ଓ କୃଷକର ସାହୁହିକ ଉନ୍ନତି ଲାଗି ସରକାର ପ୍ରଶାସନିକ ସ୍ତରରେ ବହୁବାର ସମୀକ୍ଷା କରିବା ସହ ଚାଷୀ ମାନଙ୍କସହ ସିଧାସଳଖ ବହୁ ପ୍ରଶାସନିକ ଅଧିକାରୀ ମାନେ ଆଲୋଚନା କରୁଥିବାର ଦେଖିବାକୁ ମିଳୁଛି । ପରିତାପର ବିଷୟ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନୋଭାବ ଏବଂ ଆନ୍ତରିକତାର ଅଭାବ ଯୋଗୁଁ ବାସ୍ତବ କ୍ଷେତ୍ରରେ ବହୁ ଚାଷୀ ଅବହେଳିତ ଅବସ୍ଥାରେ କାଳାତିପାତ କରୁଥିବାର ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହିଂଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ଶାସନ ଆମ୍ବଗାଁ ନିକଟରେ ଥିବା କରମଙ୍ଗା ନାଳ ନିକଟରେ ୩୮୫ ଏକର ଜଳସେଚିତ ଜମି ରହିଛି । ଏଥି ସହ ନିକଟସ୍ଥ ଡ଼ି. ପାଟପୁର, ବାଳକୃଷ୍ଣପୁର, ବାଦିଆମ୍ବଗାଁର ପ୍ରାୟ ୨ଶହ ଏକରରୁ ଉଦ୍ଧ୍ୱର୍ ଜଳସେଚିତ ଚାଷ ଜମି ରହିଛି । ଗତ ୨୦୧୩ ମସିହାରେ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ସଂପୃକ୍ତ ନାଳରେ ଆଡ଼ିବନ୍ଧ ନିର୍ମାଣ ସକାଶେ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ଗତ ୨୦୧୪ ମସିହାରେ ଡ୍ରାନେଜ ବିଭାଗ ପକ୍ଷରୁ ୧କୋଟି ୪୨ ଲକ୍ଷ ଟଙ୍କା ଏବଂ ଜଳସମ୍ପଦ ବିଭାଗ ପକ୍ଷରୁ ୩୨ ଲକ୍ଷ ଟଙ୍କା ବ୍ୟୟରେ ମାଟି କାମ କରାଯାଇ ପୁଦରୁଦ୍ଧାର କରାଯାଇଥିଲା । ପରିତାପର ବିଷୟ ଚାଷ ଜମିକୁ ଜଳସେଚନର ସୁବିଧା ଲାଗି ବହୁ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲେ ମଧ୍ୟ ସଂପୃକ୍ତ ଅଂଚଳର ଚାଷ: ଜମିକୁ ଉପଯୁକ୍ତ ଜଳସେଚନର ସୁବିଧା ହୋଇପାରିନଥିବା ନେଇ ବହୁ ଚାଷୀ ଅଭିଯୋଗ କରିଛନ୍ତି । ଚଳିତ ମାସ ଆରମ୍ଭରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଧୋବାଡ଼ି, ପାଟପୁର, ବାଳକୃଷ୍ଣପୁର ଅଂଚଳର ହଜାର ହଜାର ହେକ୍ଟର ଚାଷ ଜମିରୁ ବର୍ଷା ପାଣି ନିଷ୍କାସିତ ହୋଇନପାରି ଧାନଚାଷ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଏଥି ସହ ପ୍ରାୟ ୨ କୋଟି ଟଙ୍କା ବ୍ୟୟବରାଦ କରି ନିର୍ମାଣ କରାଯ୍ଧବଥିା ଆଡ଼ିବନ୍ଧର କିଛି ଅଂଶ ବର୍ଷାଜଳରେ ଧୋଇହୋଇ ଭାଙ୍ଗିଯାଇଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ କାର୍ଯ୍ୟରେ ଦୁର୍ନିତି ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଫସଲ ଅମଳ ସକାଶେ ଚାଷୀ ମାନେ ଋଣ କରି ଚାଷ କାର୍ଯ୍ୟ କରିଥିବା ବେଳେ ଲଗାଣ ବର୍ଷା ସାଙ୍ଗକୁ ଆଡ଼ିବନ୍ଧ ନିର୍ମାଣରେ ଚଚଂକତା କରାଯାଇଥିବା ଯୋଗୁଁ ସଂପୃକ୍ତ ଅଂଚଳର ଚାଷୀ ମାନେ ସେମାନଙ୍କର ସର୍ବସ୍ୱ ହରାଇଥିବା କହିଛନ୍ତି । ଆଡ଼ିବନ୍ଧ ପୁର୍ନବାର ନିର୍ମାଣ ସକାଶେ ସଂପୃକ୍ତ ଅଂଚଳର ଚାଷୀ ମାନେ ବିଭାଗୀୟ ଅଧିକାରୀଙ୍କୁ ନେହୁରା ହୋଇଥିଲେ ମଧ୍ୟ ଏ ଦିଗରେ କେହି କର୍ଣ୍ଣପାତ କରିନଥିବା ନେଇ ଚାଷୀ ମାନେ ଅଭିଯୋଗ କରିଛନ୍ତି । ସୋମବାର ସଂପୃକ୍ତ ଅଂଚଳର ଚାଷୀ ମାନେ ଏକତ୍ରିତ ହୋଇ ଆଡ଼ିବନ୍ଧ ନିର୍ମାଣ କରିଥିଲେ । ଏ ଦିଗରେ ବିଭାଗୀୟ ଉଚ୍ତ କର୍ତୁପକ୍ଷ ଦୃଷ୍ଟି ଦେବାକେୁ ଅଂଚଳବାସୀ ଦାବି ଜଣାଇଛନ୍ତି ।

ADVERTISEMENT