ଗୋଳନ୍ତରା ଥାନା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

16

ରଙ୍ଗେଈଲୁଣ୍ଡା,୧୮/୯(କିରଣ ମିଶ୍ର ) : ଗୋଳନ୍ତରା ଥାନା ଅଧିକାରୀ ବାବୁଲି ନାଇକଙ୍କ ନେତୃତ୍ୱରେ ଥାନା ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନାର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଥାନା ଭିତରେ ଓ ବାହାର ପାର୍ଶ୍ଵ ସମେତ ରାଜପଥ କଡ଼ରେ ମଧ୍ୟ ବୃକ୍ଷ ରୋପଣ କରିଥିଲେ। ନଡ଼ିଆ, ଆମ୍ବ, ଅଁଣା,ବାହାଡ଼ା, ହରିଡା,ବେଲ ଏମିତି ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା। ଗଛ ଆମକୁ କେବଳ ଛାଇ ଦିଏ ନାହିଁ ବରଂ ଖୁସିରେ ଜୀବନ ଯାପନ କରିବାରେ ଏକ ସୁନ୍ଦର ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଥାଏ,ତେଣୁ ଆମେ ସମସ୍ତେ ବୃକ୍ଷ ରୋପଣ କରିବାର ଆବଶ୍ୟକ ବୋଲି ଥାନା ଅଧିକାରୀ ବାବୁଲି ନାଇକ କହିଥିଲେ। ଏହି କାର୍ଯ୍ୟକ୍ରମରେ ଥାନା ଅଧିକାରୀଙ୍କ ସହ ଥାନାର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗର ହାତ ବଢ଼ାଇଥିଲେ।

ADVERTISEMENT