ପୁଣି ଲାଞ୍ଚ ନେଇ ଭିଜିଲାନ୍ସ ଜାଲ ରେ କନିଷ୍ଠ କିରାଣୀ

13

ପାରଳାଖେମୁଣ୍ଡି,୧୮/୯(ପ୍ରଭାତ କୁମାର ପାତ୍ର ) : ପୁଣି ଲାଞ୍ଚ ନେଇ ଭିଜିଲାନ୍ସ ଜାଲ ରେ କନିଷ୍ଠ କିରାଣୀ । ଗଜପତି ଜିଲ୍ଲା ମୋହନା ବ୍ଳକ ଶିକ୍ଷାଧିକାରୀ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଜିତେନ୍ଦ୍ର ନାଥ ନାୟକ ୩୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତ ରେ ଧରା ପଡିଛନ୍ତି। ଦଣ୍ଡପାଣି ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ସ୍କୁଲରୁ ଅନ୍ୟ ସ୍କୁଲ ବଦଳି କରିବା ପାଇଁ କନିଷ୍ଠ କିରାଣୀ ଜିତେନ୍ଦ୍ର ନାଥ ନାୟକ, ଆଜି ଦିନ ୫ . ୩୫ ସମୟରେ ନିଜ ବାସଭବନରେ ଲାଞ୍ଚ ଟଙ୍କା ଗ୍ରହଣ କରିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଧରିଛନ୍ତି। ଏ ନେଇ ଭିଜିଲାନ୍ସ ବିଭାଗରେ ଏକ କେଶ ନଂ-୨୫/୧୯ ମାମଲା ରୁଜୁ ହୋଇଛି ।

ADVERTISEMENT