ବିଧାୟକ ଶ୍ରୀ ଚକ୍ରମଣି କହଁରଙ୍କ ଦ୍ୱାରା ଆମ ଗାଁ ଆମ ବିକାଶ ଯୋଜନାର ଏକ ନୂତନ ଗୃହ ଉଦଘାଟନ

ବାଲିଗୁଡା,୧୮/୯(ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ ଅନ୍ତର୍ଗତ ବାଲିଗାଡା ଗ୍ରାମ ପଞ୍ଚାୟତରେ ବାଲିଗୁଡା ବିଧାୟକ ଶ୍ରୀ ଚକ୍ରମଣି କହଁରଙ୍କ ଦ୍ୱାରା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଓ ଜିଡୁ ବାଡ଼ି ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାର ଏକ ନୂତନ ଗୃହ ଉଦଘାଟନ କରଥିବା ସହ ସମ୍ମାନିତ ଅତିଥି କେ.ନୂଆଗାଁ ବ୍ଲକର ସାଂସଦ ପ୍ରତିନିଧି ତଥା ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣମୋହନ ପାଣିଗ୍ରାହୀ, କେ.ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା,ଆୟୋଜକ ବାଲିଗାଡା ସରପଞ୍ଚ ବିଭିସେନ ପ୍ରଧାନ, ସମିତି ସଭ୍ୟା ମଞ୍ଜୁଲତା ପ୍ରଧାନ ଉପସ୍ଥିତ ଥିଲେ ଏହି ଉଦଘାଟନ ସମାରୋହରେ ଶ୍ରୀ ବିଧାୟକ ଓ ସମ୍ମାନିତ ଅତିଥିଙ୍କୁ ଫୁଲ ମାଳ ଦେବା ସହ ଆଦିବାସୀ ନୃତ୍ୟ ପରିବେଷଣ କରି ସଭାସ୍ଥଳକୁ ଆଣିଥିଲେ ଏହି ସଭାରେ ଗ୍ରାମର ସମସ୍ତ ଜନସାଧାରଣ ଯୋଗଦେଇ ଗ୍ରାମରେ ମୋବାଇଲ ସେବା ଚାଲୁ କରିବା ଓ ଜିଡୁବାଡ଼ି ଠାରୁ ସିମନବାଡ଼ି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଏନେଇ ଅଭିଯୋଗ କରିଥିଲେ ସଭାକୁ ବାଲିଗାଡା ସରପଞ୍ଚ ଭୀମସେନ ପ୍ରଧାନ ପରିଚାଳନା କରିଥିଲେ ।

ADVERTISEMENT