ଆସିକା ବ୍ଲକର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଟିତ ।

ଆସିକା,୧୯/୯(ଏଜେନସି ) : ଆସିକା ବ୍ଲକର ସମନ୍ୱୀତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କାର୍ଯ୍ୟାଳୟ ଅଧିନ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆସିିକା ବିଡିଓ ଗାୟତ୍ରୀ ଦତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଆସିକା ବ୍ଲକର କାଳଷଣ୍ଡପୁର ପଚାଂୟତ ମୁକୁନ୍ଦପୁର, ନଳବଟାଂ ପଚାଂୟତର ଚେରମାରିଆ, ଖଣ୍ଡଦେଉଳି ପଚାଂୟତ ଖଣ୍ଡଦେଉଳି, ବାବନପୁର ପଚାଂୟତ ବାବନପୁର, ଭେଟନଇ ପଚାଂୟତ ଭେଟନଇ, ସିଦ୍ଧନଇ ପଚାଂୟତ ମହାରାଜପୁର,ଗଙ୍ଗାପୁର ପଚାଂୟତ ମାଗୁରାପଲ୍ଲୀ, ବାଙ୍ଗରଡା ପଚାଂୟତ ଖୁକୁଣ୍ଡିଆ ଓ ନାହାଡା, ଦେବଭୂମି ପଚାଂୟତ କେ.ନୂଆଗାଁ, ଜୟପୁର ପଢାଳ, ଆସିକା ଏନଏସି ଅନ୍ତର୍ଗତ ଗଣ୍ଡପଲ୍ଲୀ ଅଙ୍ଗନୱାଡି କେନ୍ଦ୍ରଠାରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି କେନ୍ଦ୍ର ଠାରେ ନବଜାତ ଶିଶୁ କନ୍ୟାଙ୍କ ପାଇଁ କେକ କଟା ଯାଇ ଜନ୍ମ ଦିବସ ପାଳନ କରିବା ସହିତ ସେମାନଙ୍କ ମାଆଙ୍କୁ ଉପହାର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଗଞ୍ଜାମ ଜିଲ୍ଲାରେ ଲିଙ୍ଗଗତ ତାରତମ୍ୟ ଦୁର୍ବଳତାକୁ ଦୂର କରିବା ନେଇ ଲକ୍ଷ୍ୟ ରହିଥିବା ବେଳେ ଆସିକା ବିଡିଓ ଗାୟତ୍ରୀ ଦତ ନାୟକ ତାଙ୍କ ଅଭିଭାଷଣରେ ଭୃଣ ହତ୍ୟା ରୋକିବା, ଶିଶୁ କନ୍ୟାଙ୍କ ଭବିଷ୍ୟତ ନେଇ ଅଭିଭାବକ ମାନେ ସଚେତନତା ହେବା ନେଇ ଆହ୍ୱାନ ଦେଇଥିଲେ । ଏହା ସହିତ ଆସିକା ସମନ୍ୱୀତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଭାରତୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ବୃକ୍ଷ ଟିଏ ଓ ପିଲା ଟିଏ ଏବଂ ପ୍ରତ୍ୟେକ ମା ଉପହାର ସଦୃଶ ଗୋଟିଏ ବୃକ୍ଷ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ୱାରା ସ୍ୱରଚିତ ମୋ ଗେହ୍ଲା ଝିଅ କବିତା ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ମୋଟ ୧୭ ଜଣ ନବଜାତ ଶିଶୁଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାଳଷଣ୍ଡପୁର ସରପଚଂ ଧନମାଳୀ ସିଅ , ଆସିକା ସିଡିପିଓ ଭାରତୀ ମହାପାତ୍ର, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅଜିତ କୁମାର ପଟ୍ଟନାୟକ, ବରି ଶିକ୍ଷକ ମିହିରକାନ୍ତ ମହାପାତ୍ର ସମେତ ବହୁ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଏସଏଚଜି ଗ୍ରୁପ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିଥିଲେ ।

ADVERTISEMENT