ଗୌରବ ଆଣିଲେ ତିନି ଭଉଣୀ

ବୈପାରିଗୁଡା,୧୯/୯(ଏଜେନସି ) : ରକ୍ଷା ବନ୍ଧନ,ଆମ ହିନ୍ଦୁ ସମାଜର ଏକ ମହାନ ତଥା ପ୍ରାଚୀନ ପରମ୍ପରା । ପ୍ରତିବର୍ଷ ପାର୍ବଣ ଋତୁର ପ୍ରାରମ୍ଭରେ ତଥା ଶ୍ରାବଣ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ଏହି ପର୍ବ ପାଳନ କରାଯାଏ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଶୁଭ ମନାସୀ ଥାଏ ପ୍ରଭୁଙ୍କ ପାଖରେ । ସେହି ପରି ଭାଇ ମଧ୍ୟ ଜୀବନସାରା ଭଉଣୀର ସେହି ସ୍ନେହର ବନ୍ଧନକୁ ଅଭୂଲା ସ୍ମୃତି କରି ରଖିବା ପାଇଁ ପ୍ରତିଶ୍ରୁତି ବଧ ହୋଇଥାଏ । ଏହି ମହାନ ପରମ୍ପରା ବହୁବର୍ଷ ଧରି ଆମ ଦେଶରେ ପାଳିତ ହୋଇ ଆସିଛି । ଏହି ଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ବୈପାରିଗୁଡା ଅଞ୍ଚଳରେ । ସେମାନେ ତିନି ଭଉଣୀ, ଟି.ଶ୍ରୀୟା ପାତ୍ର, ଟି.ସୁମନ ପାତ୍ର ଓ ଟି.ଶିବାନୀ ପାତ୍ର । ବାପା – ଶ୍ରୀ ଟି. ପ୍ରମୋଦ ପାତ୍ର ଏବଂ ମାଆ – ଟି. କବିତା ପାତ୍ର । ଆଜି ସେଇ କୁନି କୁନି ଝିଅ ମାନଙ୍କ ମନରେ ଖୁସିର ଲହରୀ । ଗତ ରାକ୍ଷୀ ବନ୍ଧନ ଉପଲକ୍ଷେ ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଠାଇଥିବା ରାକ୍ଷୀର ଉତ୍ତର ଆଜି ସେମାନଙ୍କୁ ମିଳିଛି । ଗତ ଅନେକ ବର୍ଷ ତଳୁ ସେମାନେ ମୋଦିଙ୍କୁ ରାକ୍ଷୀ ପଠାଇବାକୁ ଚାହୁଁଥିଲେ ମଧ୍ୟ ପଠାଇ ପାରୁ ନ ଥିଲେ । ତେବେ ଏଇ ବର୍ଷ ରାକ୍ଷୀ ପଠାଇ ପ୍ରଧାନମନ୍ତ୍ରୀଙ୍କ ଠାରୁ ପ୍ରତିଉତ୍ତର ପାଇ ସେମାନେ ଖୁବ ଖୁସି ହୋଇଯାଇଛନ୍ତି । ସେମାନଙ୍କର ଆଶା ନ ଥିଲା ନିଜର ଖୁବ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ସେମାନଙ୍କ ରାକ୍ଷୀର ଉତ୍ତର ଦେବେ କିନ୍ତୁ ପ୍ରତିଉତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ଏହି ପରିପ୍ରେକ୍ଷୀରେ ଶ୍ରୀ ପାତ୍ରଙ୍କ ପରିବାରରେ ଆନନ୍ଦର ଲହରୀ ଖେଳିବା ସହିତ ବୈପାରିଗୁଡା ଏକ ଗୌରବ ହୋଇପାରିଛି ।

ADVERTISEMENT