ଦିଗପହଣ୍ଡିରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

10

ଦିଗପହଣ୍ଡି,୧୯/୯(ଏଜେନସି ) : ଦିଗପହଣ୍ଡିରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମାନ୍ୟଵର ବାଚସ୍ପତି ଶ୍ରୀ ଯୁକ୍ତ ସୁର୍ଯ୍ୟ ନାରାୟଣ ପାତ୍ରଙ୍କୁ ସମ୍ବଦ୍ଧନା ଦିଆଯାଇଥିଲା । ଶ୍ରୀ ପାତ୍ରଙ୍କ ବାଚସ୍ପତି ହେବାଠାରୁ ଏହା ଥିଲା ପ୍ରଥମ ଦିଗପହଣ୍ଡି ଗ୍ରସ୍ତ । ତାଙ୍କ ସହ ଵ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ,ଵ୍ରହ୍ମପୁର ଵିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ଥିଲେ ।ଶହଶହ ସମର୍ଥକଙ୍କ ସହ ଦିଗପହଣ୍ଡି ସହର ପରିକ୍ରମା କରିଥିଲେ। ପରିଶେଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଦିଗପହଣ୍ଡି ଵ୍ଳକର ବିଡ଼ିଓ ହଳଧର ଶବର, ବ୍ଳକର ଅଧକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ସରପଞ୍ଚ ସଙ୍ଘ ସଭାପତି ହରିଵନ୍ଧୁ ରେଡ଼ି, ଦିଗପହଣ୍ଡି ଏନ୍ ଏ ସି ର ସମସ୍ତ କର୍ମ କତ୍ତା ସ୍ବାଗତ କରିଥିଲେ । ସଭାରେ ଅତିଥି ମାନେ ସରକାରଙ୍କ ଯୋଜନାର ରୁପରେଖ ସମନ୍ଧରେ ବର୍ଣ୍ଣନା କରିଥିଲେ । ସରକାରଙ୍କ ସମସ୍ତ ଯୋଜନା କିପରି ସାଧାରଣ ଲୋକଙ୍କ ପାଖକୁ ପହଞ୍ଚି ପାରିବ ଲୋକମାନେ ଯେମିତି ସରକାରଙ୍କ ଯୋଜନାରୁ ବଞ୍ଚିତ ନହେବେ ସେଥି ପ୍ରତି ଗୁରୁତ୍ୱ ଦେବାକୁ ଆହ୍ବାନ କରାଯାଇଥିଲା ।

ADVERTISEMENT