ଶିକ୍ଷୟତ୍ରିଙ୍କୁ ନିର୍ଯାତନା ଦେଉଥିବା ପ୍ରଧାନ ଶିକ୍ଷକ ଗିରଫ

11

ବାଲିଗୁଡା,୧୯/୯(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ ଅନ୍ତର୍ଗତ କୁଡୁତୁଲି ସେବାଶ୍ରମରେ ଶିକ୍ଷୟତ୍ରୀଙ୍କୁ କିଛିଦିନ ପୂର୍ବରୁ ପ୍ରଧାନ ଶିକ୍ଷକ ଓ ୨ ଜଣ ଶିକ୍ଷକ ମିଶି ଧମକ ଚମକ ଦେବା ସହ ଠେଲା ପେଲା କରିଥିବାରୁ ସହି ନପାରି ଥାନାରେ ଏତଲା ଦେଇଥିଲେ ଏତଲା ଦେବାର ବହୁତ ଦିନ ପରେ ଆଜି ସକାଳୁ ଡ଼ିଏସପି ସୁବ୍ରତ ରାଏ ବିଦ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷକ ସଦାଶିବ ବେହେରାଙ୍କୁ ଗିରଫ କରିଥିଲେ, ଗିରଫ କରିବାରେ କେ. ନୂଆଗାଁ ଥାନା ଅଧିକାରୀ ସରୋଜ ସାମଲ ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷକଙ୍କୁ କେଶ ନମ୍ବର 48/19ମାମଲା ରୁଜୁ କରି 341/323/294/506/34ଆଇପିସି 3/sc/st actରେ ବାଲିଗୁଡା କୋର୍ଟକୁ ଚାଲାଣ କରାଗଲା ।

ADVERTISEMENT