କାର୍ଯ୍ୟ ନିମ୍ନମାନର : ସାମାନ୍ୟ ବର୍ଷାରେ କେନାଲ ଗାର୍ଡ ୱାଲ ଭାଙ୍ଗିଲା

14

ହିଂଜିଳିକାଟୁ,୨୦/୯(ଶେଷଦେବ ସାହୁ): ବିଭିନ୍ନ କ୍ଷେତ୍ରରେ ବିକାଶ ଲାଗି ସରକାର କୋଟ କୋଟି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି । ଏଥି ସକାଶେ ରାଜକୋଷରୁ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି । ଯନ୍ତ୍ରୀ- ଠିକାଦାରଙ୍କ ମଧୁଚନ୍ଦ୍ରିକା ଚାଲିଥିବା ଯୋଗୁଁ ନିର୍ମାଣ କାର୍ଯ୍ୟରେ ଚଂଚକତା କରି ନିମ୍ନମାନର କାର୍ଯ୍ୟ କରାଯାଉଅଛି । ଯଦ୍ୱାରା ଅଳ୍ପ କିଛି ଦିନ ପରେ ତାହା ନଷ୍ଟ ହେବାରେ ଲାଗିଛି । ଏପରି ଏକ ଘଟଣା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌରାଂଚଳ ହିଂଜିଳିକାଟୁ ପୌରାଂଚଳରେ ଦେଖିବାକୁ ମିଳିଛି । ହିଂଜିଳି ତରାତାରିଣୀ ରୋଡ଼ ଠାରୁ ଆଙ୍କୋରଡ଼ା ଦେଇ ଯାଇଥିବା କେନାଲ ପ୍ୱାଶ୍ୱର୍ରେ ନିର୍ମାଣ କରାଯାଇଥିବା ଗାଡର଼୍ ୱାଲ ଏହାର ଜ୍ଜଳନ୍ତ ଉଦାହରଣ । ଯନ୍ତ୍ରୀ- ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଯୋଗୁଁ ଅକାରଣରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱଛ ଶାସନରେ କଳା ଛିଟା ଲାଗିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ADVERTISEMENT