ଜାତୀୟ ପୃଷ୍ଟି ପାଳନ ମାସ ଓ ଅଙ୍କୁର କାର୍ଯ୍ୟକ୍ରମ

13

ହିଂଜିଳିକାଟୁ,୨୦/୯(ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ଦୟାପଲ୍ଲୀ ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ର-୧୦ ଠାରେ ଗୁରୁବାର ଜାତୀୟ ପୃଷ୍ଟି ପାଳନ ମାସ ଓ ଅଙ୍କୁର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଏନଏମ କବିତା କୁମାରୀ ସାହୁଙ୍କ ଅକ୍ଷ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରଂପଚ ବି. ଆପେୟା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ଖାଦ୍ୟ, ପୋଷାକ ଓ ଏହାର ଆବଶ୍ୟକତା ସମ୍ପର୍କରେ କହିଥିଲେ । ସମ୍ମାନିତ ଅତିଥି ଭାବେ ପିଇଓ ଏସ. ରାଜେଣ କୁମାର ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ପୃଷ୍ଟିକର ଜାତୀୟ ପନିପରିବା ଓ ଶସ୍ୟ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ରକମର ଖାଦ୍ୟ ପ୍ରସ୍ତୁତ କରାଯାଇ ପଦର୍ଶିତ କରାଯାଇଥିଲା । ଗର୍ଭବତୀ ମହିଳା ମାନେ ସେମାନଙ୍କର ସଠିକ୍ ଯତ୍ନ ନେବା ସହ ଶିଶୁ ଜନ୍ମ ଲାଭ ପରେ ଉପଯୁୂକ୍ତ ସମୟରେ ଟିକାକରଣ କରିବା ସହ ଶିଶୁର ଯତ୍ନ ଓ ୬ ମାସ ପର୍ଯ୍ୟନ୍ତ ଶିଶୁଙ୍କୁ କେବଳ ମା’କ୍ଷିର ପ୍ରଦାନ କରିବା ଲାଗି କୁହାଯାିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଇ, ବିଜୟଳକ୍ଷ୍ମୀ, ବି. ପୁଷ୍ପାଂଜଳି, ଜି. ଲଛମେୟା, ଇ. ସରସ୍ୱତୀ, ଗାଁ କଲ୍ୟାଣ ସମିତିର ସଭ୍ୟା, ୱାଡର଼୍ ସଭ୍ୟା, ବହୁ ମହିଳା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସୁପରଭାଇଜର ଜେ. ଲକ୍ଷ୍ମୀ ପରିଚାଳନା କରିଥିଲେ ।

ADVERTISEMENT