ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେବା ସପ୍ତାହ ପାଳନ

7

ସାନଖେମୁଣ୍ଡି,୨୦/୯(ଏଜେନସି ) : ସାନଖେମୁଣ୍ଡି ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ସେବା ସପ୍ତାହ ପାଳନ କରାଯିବା ସହ ପରିବେଶ ସୁରକ୍ଷା ସଚେତନତା ଶିବିର ଆୟୋଜିତ ହୋଇଛି। ବିଜେପି ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ବିଜୟ କୁମାର ସ୍ବାଇଁଙ୍କ ନେତ୍ତୃତ୍ୱରେ ଚାରାରୋପଣ କରାଯାଇଥିଲା। ଯଥା ଟି. ଗୋବିନ୍ଦପୁର ପଞ୍ଚାୟତର ଶ୍ରୀରାମ ନଗର, ତପ୍ତପାଣି ହନୁମାନ ମନ୍ଦିର ପରିସରରେ ଚାରାରୋପଣ କାରାଯାଇଥିଲା । ସମସ୍ତ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଦୀର୍ଘ ଜୀବନ କାମନା କରିବା ସହ ସମସ୍ତ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ ଚାରାରୋପଣ କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀଯୁକ୍ତ ମଙ୍ଗଳା ଗମାଙ୍ଗ, ମଣ୍ଡଳ ସଭାପତି ଲିଟୁ ପ୍ରଧାନ, ସନ୍ତୋଷ ଦଳାଇ, ଯମୁନା ନାୟକ, ରେଡିକା ଜାନି, ଏମ. ଚିନ୍ମୟ ରେଡ୍ଡୀ, ଡି.ଦଣ୍ଡପାଣି, ଭୀମସେନ ମଣ୍ଡଳ, ବିଜୟ ରାଉଳ, ପବିତ୍ର ତ୍ରିପାଠୀ, ଟି. ମୁନେସ ଦୋରା, ସୀମାଞ୍ଚଳ ପ୍ରଧାନ ଆଦି ଉପସ୍ଥିତ ଥିଲେ ।

ADVERTISEMENT