ସାହିବାସିନ୍ଦା ନିଜେ ତିଆରି କଲେ ରାସ୍ତା

14

କୋରାପୁଟ,୨୦/୯(ଏଜେନସି ) : କୋରାପୁଟ ଜିଲ୍ଲାର ବୈପାରିଗୁଡା ସହର ଦେଇ ଯାଇଥିବା ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ର ରାସ୍ତାର ଦୁଇ କଡ଼ରେ ଡ୍ରେନ ଯାଇଛି । ତେବେ ବିରଖମ୍ବ ସାହିବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହେଉଛି ଡ୍ରେନଗୁଡିକ କମ୍ପାନୀ ମାନଙ୍କ ଦ୍ୱାରା ଅତି ନିମ୍ମ ମାନର ହୋଇଥିବା ଯୋଗୁଁ ତାହା ଭାଙ୍ଗି ଯାଇ ରାସ୍ତା ଉପରକୁ ପାଣି ମାଡ଼ିଆସୁଛି ଫଳରେ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହେଇଯାଉଛି ।ଏହି ବିଷୟରେ କୋରାପୁଟ ଜିଲ୍ଲାପାଳଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ କୌଣସି ପ୍ରଭାଵ ପଡୁନାହିଁ । ଶେଷରେ ବାଧ୍ୟ ହୋଇ ବିରଖମ୍ବ ସାହିବାସିନ୍ଦା ନିଜେ ସାହିକୁ ରାସ୍ତା ନିର୍ମାଣ କରିଥିବା ଦେଖିବାକୁ ମିଳିଛି ।

ADVERTISEMENT