ଦାଦନ ଶ୍ରମିକ ନିଖୋଜ, ସପ୍ତାହେ ବିତିଗଲାଣି

18

କନ୍ଧମାଳ,୨୦/୯( ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଦାଦନ ଦୁଃଖ ବୃଦ୍ଧି ପାଇବାରେ ଲାଗିଛି l ଅଞ୍ଚଳବାସି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ କେତେବେଳେ ମାଲିକ ମାନଙ୍କ ନିର୍ଯ୍ୟାତନାର ଶିକାର ହେଉଛନ୍ତି ‘ତ ଆଉ କେତବେଳେ ଅକାଳ ମୃତ୍ୟୁର ଶିକାର ହେଉଥିବାର ବହୁ ନଜିର ରହିଛି l ସେହିଭଳି ବର୍ତ୍ତମାନ ଆଉ ଏକ ଘଟଣା ସାମ୍ନାକୁ ଆସିଛି l କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡୁରା ପଞ୍ଚାୟତର ପୋଖରୀବନ୍ଧ ଗ୍ରାମର ବିଦ୍ୟାଧର ନାୟକଙ୍କ ପୁଅ  ଆଶିଷ ନାୟକ ନାମକ ଜଣେ ୨୨ବର୍ଷୀୟ ଯୁବକ ୬ ମାସ ପୂର୍ବେ ତାମିଲନାଡୁର ତ୍ରିପୁର ଅଞ୍ଚଳରେ ଗୋଟିଏ ସୁତା କଳରେ ଦାଦନ ଖଟିବାକୁ ଯାଇଥିଲେ l ଗତ ବୁଧବାର ୧୧ତାରିଖ ଦିନ ଆଶିଷ ଟ୍ରେନ ଯୋଗେ ନିଜଗାଁ ଅଭିମୁଖେ ବାହାରିଥିଲେ ବୋଲି ଫୋନରେ ଜଣାଇ ଥିଲେ, ହେଲେ ଆଜକୁ ଠିକ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ଆଶିଷ ଏ ପର୍ଯ୍ୟନ୍ତ ଗାଁକୁ ଆସିନାହାନ୍ତି, ଏନେଇ ପରିବାର ପକ୍ଷରୁ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ପୁଅର କୌଣସି ସନ୍ଧାନ ପାଇପାରିନଥିଲେ l ଶେଷରେ ଆଜି ବୁଧବାର ଦିନ ବାଧ୍ୟ ହୋଇ ଆଶିଷଙ୍କ ବାପା ବାଲିଗୁଡା ଥାନାରେ ଏତଲା ଦେଇଥିବା ଜଣାପଡିଛି l ସେପଟେ ପୁଅର ନିଖୋଜ ଖବରକୁ ନେଇ ପରିବାର ବର୍ଗ ଚିନ୍ତାରେ, ଅଶ୍ରୁଳ ଚକ୍ଷୁରେ ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ l ଏଥିପ୍ରତି ପୋଲିସ ବିଭାଗ ଉଚ୍ଚ କର୍ତ୍ତପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆଶିଷକୁ ଖୋଜି ବାହାର କରିବାକୁ ପରିବାର ପକ୍ଷରୁ ଦାବୀ ହେଉଛି l

ADVERTISEMENT