ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ପୁଣି ଅଶାନ୍ତ ଜଣେ ଗୁରୁତର

16

ବ୍ରହ୍ମପୁର,୨୦/୯(ସାହେବ ନାୟକ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ଫଳରେ ବିଶ୍ଵ ବିଦ୍ୟାଳୟର ପୂର୍ବତନ ଛାତ୍ରନେତା ଦେବାଶିଷ ମିଶ୍ର (ବୁନୁ) ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ପରେ ବୁନୁଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।ତେବେ ବୁନୁଙ୍କ କହିବାନୁସାରେ ସେ ପିଏଚଡି ଆଡମିସନ ବିଷୟରେ କିଛି ଜାଣିବା ପାଇଁ ବିଶ୍ୱବିଦ୍ୟାଳୟ ଯାଇଥିବାବେଳେ ଅନ୍ୟ ଏକ ଗୋଷ୍ଠିର ପ୍ରାୟ ୧୦ରୁ ଉର୍ଦ୍ଧ ଛାତ୍ର ଆସି ତାଙ୍କୁ ଆକ୍ରମଣ କରିଥିବା ସେ କହିଛନ୍ତି ।

ADVERTISEMENT