ବ୍ରହ୍ମପୁର ଶ୍ରମ ବିଭାଗର ବାଟ ମାରଣା ନିତି ବିରୋଧରେ ଶ୍ରମିକ ୟୁନିୟନ ମାନଙ୍କର କାର୍ଯ୍ୟାଳୟ ଘେରାଉ

20

ବ୍ରହ୍ମପୁର,୨୦/୯(ଇ. ରଞ୍ଜନ) : ବ୍ରହ୍ମପୁର ସହରରେ ଥିବା ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରମିକ ମାନଙ୍କୁ ଧରି ବିଭିନ୍ନ ଟ୍ରେଡ଼ ୟୁନିୟନ ମାନେ ଗଞ୍ଜାମ କଳା ପରିଷଦ ଠାରୁ ବାହାରି ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ ପର୍ଯନ୍ତ ଚାଲି ଚାଲି ଯାଇ କାର୍ଯ୍ୟାଳୟ ପରିସରରେ ପହଞ୍ଚି ୧୨ଦଫା ଦାବିରେ ଉଲେଖ ପଞ୍ଜିକରଣ କରିଥିବା ସମସ୍ତ ସହାୟତା ବିଳମ୍ବ ନକରି ତୁରନ୍ତ ପ୍ରଧାନ କରିବା ପାଇଁ ,ସରକାରୀ ଶ୍ରମ କର୍ମକର୍ତା ଓ ଶ୍ରମ କମିଶନର ଉଦ୍ଧେଶ୍ୟରେ ଜିଲ୍ଲା ଶ୍ରମ ଅଧକାରୀଙ୍କୁ ପ୍ରାଧାନ୍ୟ ଦେଇଥିଲେ l ଏଥି ସହ କାର୍ଯ୍ୟାଳୟ ପରିସରରେ ଶ୍ରମିକ କିଛି ଦଲାଲଙ୍କୁ ଅତ୍ୟଧିକ ଟଙ୍କା ଦେଇ ଠକାମିର ଶିକାର ହେଉଛନ୍ତି । ସେଥି ପ୍ରତି ଧ୍ୟାନ ଦେବା ଆବଶ୍ୟକତାକୁ ଗୁରୁତ୍ୱ ଦେବା ପାଇଁ କିଛି ଶ୍ରମିକ ନେତା ମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ବ୍ଲକ ଓ ଗ୍ରାମଞ୍ଚଳ ରେ ନିର୍ମାଣ ଶ୍ରମିକ ପକ୍ୱl ଯୋଜନା କରାଇ ଦେବା ନା ରେ ମାତ୍ରାଧିକ ଟଙ୍କା ମାଗନ୍ତି ନଦେଲେ ତାହାକୁ ବାଟ ମରଣl କରାଉଛନ୍ତି । ଏଥି ପ୍ରତି ସରକାର ଦୃଷ୍ଟି ଦିଅନ୍ତୁ, ରାଜ୍ୟରେ ବହୁ ନିର୍ମାଣ ଶ୍ରମିକ ମାନଙ୍କ ଆବଶ୍ୟକ ଜମି ନଥିବାରୁ ପକ୍ୱl ଘର ପାଇବାରେ ବଞ୍ଚିତ ହେଉଛନ୍ତି ଏଥି ପାଇଁ ସରକାରଙ୍କ କଣ ପଦକ୍ଷେପ ନିଆଯାଇଛି ? ଏଭଳି ଭାବେ ବିଭିନ୍ନ ପ୍ରଶ୍ନ କରି ସାଙ୍ଗଠନିକ ସ୍ୱର ଉତ୍ତଳନ କରିଥିଲେ । ଏହି ସଭାରେ ଏ.ଆଇ.ଟି.ୟୁ.ସି ରାଜ୍ୟର ନେତା ସୁର ଜେନା, ପ୍ରବୀଣ ଦାଶ, ଆଇ ଏଫ ଟି ୟୁ ର ଲାଲ ଚନ୍ଦ୍ର ଷଡ଼ଙ୍ଗୀ, ଟି ୟୁ ସିପିଆଇ ର ଶଙ୍କର ସାହୁ, ଓଡିଶା ନିର୍ମାଣ ଶ୍ରମିକ ସଙ୍ଘଠନ ରାମ ଚନ୍ଦ୍ର ବାଡ଼ତ୍ୟା ଓ ଆଇ ସି ଡାବ୍ଲୁ ର ଜିଲ୍ଲା ସଭାପତି ଶ୍ରୀକାନ୍ତ ପଣ୍ଡା,ପ୍ରମୋଦ କୁମାର ସାହୁଙ୍କ ସମେତ ବିଭିନ୍ନ ସଙ୍ଘଠନ ସହ ବହୁ ଶ୍ରମିକ ଉପସ୍ଥିତ ରହି ଦାବିଦେଇ ସଭା ସମାପନ କରିଥିଲେ ।

ADVERTISEMENT