ନବୀନ ନିବାସ ପାଖରେ ଆତ୍ମାହୁତି ଉଦ୍ୟମ

15

ଭୁବନେଶ୍ୱର,(ଏଜେନ୍ସି): ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ପାଖରେ ଜଣେ ବ୍ୟକ୍ତିଙ୍କ ତରଫରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶନିବାର ପୂର୍ବାହ୍ନରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି। ସେ ବ୍ୟକ୍ତିଜଣକ ହେଉଛନ୍ତି କଟକ ଜିଲ୍ଲା ଅନ୍ତର୍ଗତ ନିଆଳୀ ଥାନା ଅଞ୍ଚଳର ପହଙ୍ଗା ଗ୍ରାମ ନିବାସୀ ରଘୁନାଥ ଓଝା (୩୮) । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଥିବା ଦରଖାସ୍ତରେ ଉଲ୍ଲେଖ ଅଛି ଯେ ସେପ୍ଟେମ୍ବର ୧୧ ତାରିଖରେ ତାଙ୍କ ଗ୍ରାମର କେତେକ ଲୋକ ଦଳବଦ୍ଧ ହୋଇ ତାଙ୍କୁ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏ ସଂକ୍ରାନ୍ତରେ ସେ ନିଆଳୀ ଥାନାରେ ଅଭିଯୋଗ କରିବାକୁ ଯିବାରୁ ଚିକିତ୍ସା ନିମନ୍ତେ ଥାନା ଅଧିକାରୀ ତାଙ୍କୁ ପ୍ରଥମେ ନିଆଳୀ ମେଡିକାଲ ଓ ପରେ କଟକ ବଡ଼ ଡାକ୍ତରଖାନା ପଠାଇଥିଲେ। କିନ୍ତୁ ଥାନା ଅଧିକାରୀ ସେମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସେ ଅଡ଼ସପୁର ଏସ୍‌ଡିପିଓ, ଗ୍ରାମାଞ୍ଚଳ ଏସ୍‌ପି, ଡିଆଜି ରେଞ୍ଜ୍‌ ଏବଂ ପୁଳିସ ମହାନିର୍ଦେଶକଙ୍କୁ ଏ ସଂକ୍ରାନ୍ତରେ ଜଣାଇ ମଧ୍ୟ କୌଣସି ସୁଫଳ ନ ପାଇବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପେଟ୍ରୋଲ୍‌ ଢାଳିହୋଇ ଆତ୍ମାହୁତି ଦେବାକୁ ନିଷ୍ପତ୍ତି ନେଇଥିଲେ।

ADVERTISEMENT