ତହସିଲଦାରଙ୍କୁ ଜେଲ୍‌

12

ସମ୍ବଲପୁର,(ଏଜେନ୍ସି ):  ଅସଦାଚାରଣ ଅଭିଯୋଗରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲଦାର ପ୍ରଫୁଲ୍ଲ ବେହେରାଙ୍କୁ ଗତକାଲି ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଥିଲେ। ଏହାପରେ ତାଙ୍କୁ ସମ୍ବଲପୁର ଜେଲ୍‌ ପଠାଇ ଦିଆଯାଇଛି। ସୂଚନା ଅନୁସାରେ, ଅଭିଯୋଗକାରିଣୀ ଅତିରିକ୍ତ ତହସିଲଦାର ଧନୁପାଲି ଅଞ୍ଚଳରେ ଏକୁଟିଆ ରୁହନ୍ତି।  ଏହାର ସୁଯୋଗ ନେଇ ପ୍ରଫୁଲ୍ଲ ବେହେରା ଗତକାଲି ତାଙ୍କ ଘରେ ପଶି ଅସଦାଚରଣ କରିଥିଲେ ବୋଲି ଅତିରିକ୍ତ ମହିଳା ତହସିଲଦାର ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ଗିରଫ କରିଥିଲା। 

ADVERTISEMENT