ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା

14

ନୂଆଦିଲ୍ଲୀ,(ଏଜେନ୍ସି): ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନ ଅକ୍ଟୋବର ୨୧ ତାରିଖରେ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ଘୋଷଣା କରିଛନ୍ତି। ଏହିଦିନ ଅନ୍ୟ ରାଜ୍ୟଗୁଡ଼ିକର ୬୪ଟି ବିଧାନସଭା ଆସନ ପାଇଁ ମଧ୍ୟ ଉପ ନିର୍ବାଚନ କରାଯିବ। ସେପ୍ଟେମ୍ବର ୨୩ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।  ସେପ୍ଟେମ୍ବର ୩୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ, ଅକ୍ଟୋବର ୧ରେ ଯାଞ୍ଚ, ୩ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ବୋଲି  ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ।୨୪ତାରିଖରେ ଭୋଟ ଗଣତି କରାଯିବ।

ADVERTISEMENT