୩୭କୋଟି ୬୯ ଲକ୍ଷ ଟଙ୍କା ବ୍ୟୟରେ ହିଂଜିଳିକାଟୁ ବ୍ଳକର ୨ ପୋଖରୀର ହେବ ସୌନ୍ଦର୍ଯ୍ୟକରଣ ଶିଶୁ ଉଦ୍ୟାନ

8

ହିଂଜିଳିକାଟୁ, ୨୧ା୯ (ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିକାଟୁ ବ୍ଳକର ସମରଝୋଳ ସ୍ଥିତ ବଡ଼ବନ୍ଧ ଏବଂ ହିଂଜିଳି ସ୍ଥିତ ଭାଲୁକା ବନ୍ଧର ହେବ ପୁନଃରୁଦ୍ଧାର । ସଂପୃକ୍ତ ପୋଖରୀ ଦ୍ୱୟର ସୌନ୍ଦର୍ଯ୍ୟକରଣ ସହ ପୋଖରୀ ଚତୁଃପ୍ୱାଶ୍ୱର୍ରେ ଆଲୋକୀକରଣ ବ୍ୟବସ୍ଥା କରାଯିବା ସହ ପୋଖରୀ ନିକଟରେ ଶିଶୁ ଉଦ୍ୟାନ ସାଙ୍ଗକୁ ପୋଖରୀ ମଧ୍ୟରେ ବୋଟିଂ ବ୍ୟବସ୍ଥା କରାଯିବା ସକାଶେ କରାଯିବା ସକାଶେ ନିଷ୍ପତି ଗ୍ରହଣ କରାଯାଇଛି । ଉକ୍ତ ୨ଟି ପ୍ରକଳ୍ପରେ ୩୭ କୋଟି ୬୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯିବ । ଏଥି ସକାଶେ ବ୍ରହ୍ମପୁର ଜଳସେଚନ ଡ଼ିଭିଜନ ପକ୍ଷରୁ ଡ଼ିପିଆର(ସବିଶେଷ ପ୍ରକଳ୍ପ ନକ୍ସା) ପ୍ରସ୍ତୁତ ହୋଇଛି । ଏହାକୁ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ । ସରକାରଙ୍କ ଅନୁମୋଦନ ଓ ଅର୍ଥ ମଂଜୁର ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଳସେଚନ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରକାଶ ଯେ, ଗଂଜାମ ଜିଲ୍ଲାର ବ୍ରହ୍ମପୁର ଜଳସେଚନ ଡ଼ିଭିଜନ ଅଧିନରେ ସମୁଦାୟ ୭୯ ଟି ବୃହତ ପୋଖରୀ ରହିଛି । ସେଥି ମଧ୍ୟରୁ ରାଜ୍ୟ ମୁଖିଆଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳି ବ୍ଳକ ସମରଝୋଳ ସ୍ଥିତ ବଡ଼ବନ୍ଧ ଏବଂ ହିଂଜିଳି ସ୍ଥିତ ଭାଲୁକା ବନ୍ଧ ଅନ୍ୟତମ । ଏହି ଦୁଇଟି ପୋଖରୀ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ରହିଛି । ଏହି ପୋଖରୀ ଦ୍ୱୟର ପୁନଃରୁଦ୍ଧାର ସହିତ ସୌନ୍ଦର୍ଯ୍ୟକରଣ କରାଗଲେ ପର୍ଯ୍ୟଟକଙ୍କ ଆକର୍ଷଣ ବଢିବା ସହିତ ସ୍ଥାନୀୟ ଜନସାଧାରଣ ଉପକୃତ ହୋଇପାରିବେ । ଏହାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉକ୍ତ ଦୁଇ ପୋଖରୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣଲାଗି ଚିନ୍ତା କରିଥିଲେ । ପୋଖରୀ ଦ୍ୱୟ ଅନୁଧ୍ୟାନ କରି ଡ଼ିପିଆର ପ୍ରସ୍ତୁତ କରିବାକୁ ବ୍ରହ୍ମପୁର ଜଳସେଚନ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ । ଏହାପରେ ବିଭାଗ ପକ୍ଷରୁ ଡ଼ିପିଆର ପ୍ରସ୍ତୁତ ହୋଇଛି । ସମରଝୋଳ ସ୍ଥିତ ବଡ଼ବନ୍ଧର ୩୩ ଏକର ପରିମିତ ଇଲାକାରେ ବର୍ତମାନ ପାଣି ରହିଛି । ହିଂଜିଳି ବ୍ଳକର ୧୦ ଟି ଗ୍ରାମ ପଂଚାୟତର ପ୍ରାୟ ୨୦ ଖଣ୍ଡ ଗ୍ରାମର ଜନସାଧାରଣ ଉକ୍ତ ଫୋଖରୀ ଉପରେ ନିର୍ଭର କରୁଥିବା ଜଣାପଡ଼ିଛି । ଉକ୍ତ ପୋଖରୀ ସକାଶେ ୧୭ କୋଟି ୭୮ ଲକ୍ଷ ୮୮ ହଜାର ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି । ଏଥିରେ ପୋଖରୀର ପଙ୍କୋଦ୍ଧାର, ଖନନ ଓ ସୌନ୍ଦର୍ଯ୍ୟକରଣ କରାଯିବ ।ଦୁଇଟି ବୋଟିଂ ଘାଟ ନିର୍ମାଣ ହେବା ସହ ପୋଖରୀ ଚର୍ତୁପ୍ୱାଶ୍ୱର୍ରେ ଆଲୋକୀକରଣ ଓ ଲ୍ୟାଣ୍ଡ ସ୍କେପିଂଙ୍ଗ କରାଯିବ । ଏଥିସହ ଏକ ଆଇସଲ୍ୟାଣ୍ଡ ପ୍ରସ୍ତୁତ କରାଯିବ । ସେହିପରି ଏବଂ ହିଂଜିଳି ସ୍ଥିତ ଭାଲୁକା ବନ୍ଧର ପୁନଃରୁଦ୍ଧାର ଲାଗି ୧୯ କୋଟି ୯୦ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଉକ୍ତ ପୋଖରୀର ୩୦.୭୮ ଏକର ପରିମିତ ଅଂଚଳରେ ପାଣି ରହିଛି । ଉକ୍ତ ପୋଖରୀ ଉପରେ ପ୍ରାୟ ଏକ ଲକ୍ଷ ଜନସାଧାରଣ ନିର୍ଭର କରୁଛନ୍ତି । ଏହାର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯିବ । ଶିଶୁ ମାନଙ୍କ ଖେଳିବା ଲାଗି ବିଭିନ୍ନ ଖେଳ ସରଂଜାମ ରଖି ଏକ ଛୋଟିଆ ଶିଶୁ ଉଦ୍ୟାନ କରାଯିବ । ଯାନବାହାନ ପାର୍କିଂ ଲାଗି ବ୍ୟବସ୍ଥା କରାଯିବ । ଲ୍ୟାଣ୍ଡ ସ୍କେପିଂଙ୍ଗ ଓ ଆଲୋକୀକରଣ ବ୍ୟବସ୍ଥା କରାଯିବ । ଏଥି ସହ ୧୦ ଟି ଲେଖାଏଁ ପାଇଖାନା ରହିଥିବା ୨ଟି ଟଏଲେଟ ବ୍ଳକ୍ କରାଯିବାର ଯୋଜନା ରହିଛି । ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବା ପରେ ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି ।

ADVERTISEMENT