ଯକ୍ଷ୍ମାରୋଗ ଚିହ୍ନଟ ଓ ମାସିକ ସମୀକ୍ଷା ବୈଠକ

18

ହିଂଜିଳିକାଟୁ, ୨୧ା୯ (ଶେଷଦେବ ସାହୁ) : ହିଂଜିଳିକାଟୁ ବ୍ଳକବେଲଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶନିବାର ଯକ୍ଷ୍ମାରୋଗ ଚିହ୍ନଟ ତାଲିମ କାର୍ଯ୍ୟକ୍ରମ ଓ ମାସିକ ସମୀକ୍ଷା ବୈଠକ ଅନୁଷ୍ଟିତ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ଃ. ଅନିଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ଅଣୁ ସଂକ୍ରମଣ ରୋଗ, ଘରକୁ ଘର ବୁଲି ଯକ୍ଷ୍ମାରୋଗୀ ଚିହ୍ନଟ ସମେତ ସ୍ୱାସ୍ଥ୍ୟ ସମନ୍ଧୀୟ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା । ବରିଷ୍ଟ ଯକ୍ଷ୍ମାରୋଗ ସୁପରଭାଇଜର ପ୍ରଭାତ କୁମାରେ ସାହୁ ଯକ୍ଷ୍ମା ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଉପସ୍ଥିତ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀ, ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କୁ ବୁଝାଇଥିଲେ । ଗୋଷ୍ଟି ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଂଜୟ ପାଣିଗ୍ରାହୀ ଓ ବ୍ଳକ ପ୍ରୋଗାମ ମ୍ୟାନେଜର ଶଶାଙ୍କ ଶେଖର ପଣ୍ଡା କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦେ୍ଧଶ୍ୟ ନେଇ ମତବ୍ୟକ୍ତ କରିଥିଲେ । ବୈଠକରେ ଆୟୁଷ୍ମାନ ଚିକିତ୍ସକ, ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଅଶୋକ କୁମାର ମିଶ୍ର, ବନବିହାରୀ ନାୟକ, ନରସିଂହ ବେହେରା, ହେଲଥ୍ ସୁପରଭାଇଜର, ସ୍ୱବାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ ସ୍ୱେଛାସେବକ ମାନେ ଅଂଶ ଗ୍ରହଣ କରିଥିଲେ ।

ADVERTISEMENT