ଚାଲିଲା ରିତିକ ରୋଶନଙ୍କ ଯାଦୁ , ଦୁଇ ଦିନରେ ୩୦ କୋଟି ଟଙ୍କାର ଆୟ କଲା ‘ସୁପର-୩୦’

ମୁମ୍ବାଇ,୧୪/୭ (ଗୁମରଫ୍ ବ୍ୟୁରୋ): ବଲିଉଡ ସୁପରଷ୍ଟାର୍ ରିତିକ ରୋଶନଙ୍କ ନୂଆ ସିନେମା ‘ସୁପର-୩୦’କୁ ପ୍ରଥମ ଦିନ ତୁଳନାରେ ଦ୍ବିତୀୟ ଦିନ ଦର୍ଶକ ଅଧିକ ପସନ୍ଦ କରିଥିବା ଜଣାଯାଇଛି। ପ୍ରଥମ ଦିନ ‘ସୁପର-୩୦’ ୧୨ କୋଟି ଟଙ୍କାର କଲେକସନ୍ କରିଥିବା ଜଣାଯାଇଥିଲା। ତେବେ ଦ୍ବିତୀୟ ଦିନ ଏହା ୧୮ କୋଟି ଟଙ୍କାର କଲେକସନ୍ କରିଥିବା କୁହାଯାଉଛି। ଏହାଫଳରେ ଏହା ଦୁଇ ଦିନରେ ‘ସୁପର-୩୦’ ମୋଟ୍ ୩୦ କୋଟି ଟଙ୍କାର ଆୟ କରିଥିବା ଜଣାଯାଇଛି। ବ୍ୟାବସାୟିକ ହିସାବରେ ଏହା ଉତ୍ସାହଜନକ ବୋଲି କୁହାଯାଉଛି।ଖାଲି ସେତିକି ନୁହେଁ ଏହା ଓଭରସିଜ୍ ମାର୍କେଟରେ ବି ଭଲ ବ୍ୟବସାୟ କରୁଛି। ଏହାର ବଜେଟ୍ ୮୫ କୋଟି ଟଙ୍କା ବୋଲି କୁହାଯାଉଛି। ରବିବାର ଦିନ ଏହା ଅଧିକ ବ୍ୟବସାୟ କରିବ ବୋଲି ଆକଳନ କରାଯାଉଛି। ଆଶା କରାଯାଉଛି ‘ସୁପର-୩୦’ ପ୍ରଥମ ତିନି ଦିନରେ ୫୦ କୋଟିରୁ ଅଧିକ ଆୟ କରିବ। ଏହି ସିନେମାର କାହାଣୀ ଜଣେ ମହାନ୍ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ ରିତିକ୍ ରୋଶନଙ୍କ ବିପକ୍ଷରେ ନାୟିକା ମୃଣାଲ ଠାକୁରଙ୍କୁ ଦେଖିବାକୁ ମିଳିଛି। ଏହାଛଡ଼ା ବୀରେନ୍ଦ୍ର ସକସେନା ଏବଂ ପଙ୍କଜ ତ୍ରିପାଠୀଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ବିକାଶ ବହଲ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

ADVERTISEMENT