ପଂଚାୟତସ୍ତରୀୟ କୃଷକ ତାଲିମ ଶିବିର

4

ହିଂଜିଳିକାଟୁ, ୨୧ା୯ (ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ କୃଷି ବିଭାଗ ପକ୍ଷରୁ ଶନିବାର ସ୍ଥାନୀୟ ବ୍ଳକ ଭାବନ୍ଧ ଓ ସାହାପୁର ଗ୍ରାମରେ ପଂଚାୟତସ୍ତରୀୟ କୃଷକ ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଛି । ଗଣ୍ଡଳା ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ଦାଶ ଓ ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ଡ଼ି. ଲିଙ୍ଗରାଜ ଓ କୃଷି ଅଧିଦର୍ଶକ ମୁନି ବାଇ ମଂଚାସିନ ଥିଲେ । ଜିଲ୍ଲା କୃଷି ଅଧିକାରୀ ଦାଶ ବିଷାକ୍ତ ଜୀବ ନାଶକର ସଠିକ୍ ଓ ନିରାପଦ ବ୍ୟବହାର ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସାଧାରଣତଃ ଧାନ ଫସଲରେ ବିଭିନ୍ନ ପ୍ରକାର ରୋଗ ଓ ପୋକ ସୃଷ୍ଟି ହୋଇଥାଏ । କିନ୍ତୁ ଚାଷୀ ମାନେ ତୃଣନାଶକ ପ୍ରୟୋଗ ସମୟରେ ସତର୍କତା ଅବଲମ୍ବନ ନକରିବା ଫଳରେ ମାଛ ଓ ପଶୁ ସମ୍ପଦ ଉପରେ ତାର ବିଶେଷ ପ୍ରଭାବ ପଡ଼ିଥାଏ । ଏଥି ସହ କେଉଁ ରୋଗ ପାଇଁ କେତେ ପରିମାଣରେ ତୃଣନାଶକ ସିଂଚନ ହେବ ତାହା ସଠିକ ନିର୍ଣ୍ଣୟ ନହେବା ଫଳରେ କର୍କଟ ଭଳି ମାରାତ୍ମକ ରୋଗ ସୃଷ୍ଟି ହୋଇଥାଏ । ଜୀବନାଶକ ଓ ତୃଣନାଶକ ପ୍ରୟୋଗ ସମୟରେ ହାତରେ ଗ୍ଳୋବ୍ସ ଓ ମୁହଁରେ ମାକ୍ସ ବ୍ୟବହାର କରିବା ସହ ସର୍ତକତା ଅବଲମ୍ବନ କରିବା ସକାଶେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ହିଂଜିଳିକାଟୁ ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁୂମାର ନାଥ, କୃଷି କର୍ମଚାରୀ ମମତା ସାହୁ, ଅର୍ଚ୍ଚନା ନାୟକ, ପ୍ରକାଶ ନାୟକଙ୍କ ସମେତ ଉଭୟ ପଂଚାୟତର ବହୁ କୃଷକ ଅଂଶଗ୍ରହଣ କରିଥିଲେ ।

ADVERTISEMENT