ଗଜପତି ପୋଲିସର ଉଦ୍ୟମରେ ଆରୋଗ୍ୟ ଫ୍ରି ମେଗା ମେଡିକାଲ କେମ୍ପ

18

ପାରଳାଖେମୁଣ୍ଡି,୨୨/୯(ପ୍ରଭାତ କୁମାର ପାତ୍ର ) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ସାମ୍ବାଦିକ ଓ ବରିଷ୍ଠ ନାଗରିକ ନିମନ୍ତେ ଗଜପତି ପୋଲିସ ଉଦ୍ୟମରେ ଆରୋଗ୍ୟ ଫ୍ରି ମେଗା ମେଡିକାଲ କେମ୍ପ ଅନୁଷ୍ଠିତ ହୋଇଯାଇଛି । ଗଜପତି ପୋଲିସ ଓ ଶ୍ରୀକାକୁଲମ ଜେମ୍ସ ମେଡିକାଲ ମିଳିତ ଆନୁକୂଲ୍ୟରେ ହୋଇଥିବା ଏହି ଆରୋଗ୍ୟ ଫ୍ରି ମେଗା ମେଡିକାଲ କେମ୍ପକୁ ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ରିବନ କାଟି ଉଦ୍ଘାଟନ କରିଥିଲେ। ଏହି ଆରୋଗ୍ୟ ଫ୍ରି କେମ୍ପରେ ଶତାଧିକ ବରିଷ୍ଟ ନାଗରିକ ମାନଙ୍କୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଜେମ୍ସ ମାଇକେଲ ଡାକ୍ତର ତାରକା ରସିକ ଖାନ (କଡିଓଲଜିଷ୍ଟି), ଡାକ୍ତର ରାଜେଶ୍ଵର ରାଓ(ଇଏନଟି), ଡାକ୍ତର ଦିଲ୍ଲୀପ, ପ୍ରବିଣ କୁମାର ସମେତ ୭ ଜଣ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ୫୫୦ ଜଣ ବରିଷ୍ଠ ନାଗରିକଙ୍କୁ ଓ ସାମ୍ବାଦିକ ମାନଙ୍କୁ ଚିକିତ୍ସା କରିଥିଲେ। ଏହି ଆରୋଗ୍ୟ ଫ୍ରିମେଗା ମେଡିକାଲ କେମ୍ଭକୁ ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର ଓ ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଓ ବହୁ ପୋଲିସ କର୍ମୀ, ସି-ଟିମ ଓ ଗୃହରକ୍ଷୀ ବାହିନୀ ପରିଚାଳନା କରିଥିଲେ।

ADVERTISEMENT