ଶିକ୍ଷକ – ଅଭିଭାବକ ସମାବେଶ

24

ଜଗନ୍ନାଥ ପ୍ରସାଦ୨୨/୯(ଏଜେନସି ) : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଆଞ୍ଚଳିକ ଡିଗ୍ରୀ କଲେଜ, ଜଗନ୍ନାଥ ପ୍ରସାଦରେ ଶିକ୍ଷକ-ଅଭିଭାବକ ସମାବେଶ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଡଃ ଶାନ୍ତନୁ କୁମାର ଦାସ, ଅଧ୍ୟାପକ, ଆଂଚଳିକ ମହାବିଦ୍ୟାଳୟ ଯୋଗ ଦେଇ ଅଭିଭାବକ ମାନଙ୍କ ସନ୍ତାନ ସନ୍ତତିଙ୍କ ଶିକ୍ଷା, ଚାରିତ୍ରିକ ଶୃଙ୍ଖଳା କ୍ଷେତ୍ରରେ ସକ୍ରିୟ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ ତଥା ଶ୍ରେଣି ଗୃହ ସହିତ ଅଭିଭାବକଙ୍କର ସିଧା ସଳଖ ସମ୍ପର୍କର ଉପସ୍ଥାପନା କରିଥିଲେ। ଇହିହାସ ବିଭାଗୀୟ ମୁଖ୍ୟ ଅଧ୍ଯାପକ ଶ୍ରୀଯୁକ୍ତ ପ୍ରମୋଦ କୁମାର ଚୌଧୁରୀ ସମାବେଶର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅର୍ଥନୀତି ବିଭାଗୀୟ ମୁଖ୍ୟ ଅଧ୍ଯାପକ ଡଃ ବିନୋଦ କୁମାର ଦାସ ଉଚ୍ଚ ଶିକ୍ଷା ବିଭାଗର ସଂସ୍କାର ମୂଳକ ପଦକ୍ଷେପକୁ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ଅବିହିତ କରିଥିଲେ। ଅଧ୍ୟାପକ ବିଭୂତି ଭୂଷଣ ପ୍ରଧାନ ଓ ଅଧ୍ୟାପକ ବିରଞ୍ଚି ନାରାୟଣ ପ୍ରଧାନ କିପରି ଛାତ୍ରଛାତ୍ରୀ ଶିକ୍ଷା ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ କ୍ଷେତ୍ରରେ ସଠିକ୍ ଦାୟିତ୍ଵ ନିର୍ବାହ କରିବେ ସେଇଥିପାଇଁ ପ୍ରତିଶୃତି ବଦ୍ଧ ହୋଇଥିଲେ। ଅଭିଭାବକ ମାନେ ବିଭିନ୍ନ ସମସ୍ୟା ଉତଥାପନ କରିଥିଲେ। ଗଣମାଧ୍ୟମ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ନିରାକାର ସାହୁ, ଶ୍ରୀଯୁକ୍ତ ପବିତ୍ର କୁମାର ମହାପାତ୍ର, ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପଣ୍ଡା ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ।ଶେଷରେ ଅଧ୍ୟକ୍ଷ ସନାତନ ସାହୁ ଆଗାମୀ ଗାନ୍ଧୀ ଜୟନ୍ତୀ ଅବସରରେ ହେବାକୁ ଥିବା ବିଶ୍ଵ ସ୍ତରୀୟ ପ୍ଲାଷ୍ଟିକ୍ ବର୍ଜନ କରିବା ପାଇଁ ସମସ୍ତ ଅଧ୍ୟାପକଙ୍କ ସହିତ ଅଭିଭାବକ ଓ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶାପଥ ପାଠ କରାଇଥିଲା କି ବିଶ୍ୱର ସମସ୍ତ ଜନ ସମାଜ ଯେପରି ଏହାକୁ ନିଶ୍ଚୟ ମାନି ଚଳିବେ। କଲେଜର କୃତି ଛାତ୍ର ସମୀର ରଞ୍ଜନ ପାତ୍ର, ଜିତେନ୍ଦ୍ର କୁମାର ପ୍ରଧାନ, ଜିତେନ୍ଦ୍ର ନାୟକ ଓ ଛାତ୍ରୀ ଯଶୋଦା କୁମାରୀ ପ୍ରଧାନଙ୍କୁ କଲେଜର ବିଭିନ୍ନ କାର୍ଯ୍ୟକଳାପ ପାଇଁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ଯାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ ଶିକ୍ଷକ – ଅଭିଭାବକଙ୍କ ମିଳିତ ଉଦ୍ୟମରେ ଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ଘଟିବା ସହିତ ସମ୍ପର୍କ ସହିତ ଦୃଢ଼ୀଭୂତ ହେବ ବୋଲି ମତ ପ୍ରଦାନ ସହିତ ଧନ୍ଯବାଦ ଅର୍ପଣ କରିଥିଲେ। ସମାବେଶରେ ସଫଳତା ନିମନ୍ତେ ଗ୍ରନ୍ଥାଗାରିକ ଶ୍ରୀ ରଘୁନାଥ ପାଣି ଓ କମ୍ପୁଟର ପରିଚାଳକ ଶ୍ରୀ ସରୋଜ କୁମାର ନାୟକ ସକ୍ରୀୟ ଭୂମିକା ରହିଥିଲା।.

ADVERTISEMENT