ABVP ପକ୍ଷରୁ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁ ଦାବି ପତ୍ର

41

ବ୍ରହ୍ମପୁର,୨୨/୯(ଇ.ରଞ୍ଜନ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ କୁଳସଚିବ ରଞ୍ଜନ ବିଶ୍ଵାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଗତ କାଲି ଯୋଉ ହିଂସା ହୋଇ ଥିଲା ଏଥି ଯୋଗୁଁ ବିଶ୍ୱବିଦ୍ୟାଳୟରେ ଆସନ୍ତିର ମାହୋଲ ଦେଖା ଯାଇଛି ଯାହା ଫଳରେ ସାଧାରଣ ଛାତ୍ରଛାତ୍ରୀ ଛାତ୍ରାବାସ ଛାଡ଼ିବା ସହ ଭୟର ବାତାବରଣ ସ୍ରୁଷ୍ଟି ହୋଉଛି। ଗତ କାଲିର ଘଟଣା ଯେ ବହୁବାର ଘଟିଛି ମାତ୍ର କର୍ତ୍ତୁପକ୍ଷ ପୁଲିସ ଭରସା ରେ ରହି ନିଜ ଦୋଷ ଲୁଚାଉଛନ୍ତି, ସେମାନଙ୍କ ବିରୁଦ୍ଧରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିୟା ନ ଯିବା ଦୁଖଃ ର ବିଷୟ। ଯାହାଫଳରେ ବିଶ୍ୱବିଦ୍ୟାଳୟ ପରିସର ଅପରାଧିକ ପୃଷ୍ଠଭୂମି ଥିବା ଲୋକ ମାନଙ୍କ ଚରାଭୂଇଁ ପାଲଟିଛି। ଏହାଫଳରେ ବିଶ୍ୱବିଦ୍ୟାଳୟର ଏୈତିହ ନଷ୍ଟ ହେବା ସହ ପାଠ ପଢା ବାଧାପ୍ରାପ୍ତ ହେଉଛି, ପରିଷଦ ପକ୍ଷରୁ କୁହାଯାଇଛି ଯଦି ଆଗାମୀ ଦିନରେ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିୟା ଯାଏ ତାହା ହେଲେ ବିଶ୍ୱବିଦ୍ୟାଳୟ କତୃପକ୍ଷଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଜୋର କରାଯିବ। ଏଥିରେ ତୁତୁନ୍ ପାତ୍ର, ଅନନ୍ତ ପ୍ରଧାନ, ଚଟ୍ଟରାଇ ହାଁସଦା, ସ୍ମୃତିସୁଦ୍ଧା ସାହୁ, ଦିବ୍ୟଜ୍ୟୋତି ନାୟକ, ପୁଷ୍ପେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ADVERTISEMENT