ଆସିକା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ

9

ଆସିକା,୨୨/୯(ଏଜେନସି) : ତାଲୁକ ଆଇନ ସେବା ସମିତି ଅନୁକୁଲ୍ୟରେ ଆଜି ଅର୍ଥାତ ତା ୨୧/୯ ରିଖ ଦିନ ପୂର୍ବାହ୍ନ ୯.୩0 ସମୟ ରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀଙ୍କ ଉଧେଶ୍ୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ତାଲୁକ ସେବା ସମିତି ଅଧ୍ୟକ୍ଷା ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ଦୁଇ ଜାତୀୟ ସେବା ସଂସ୍ଥାର ସ୍ଵେଛାସେବୀ ମାନେ ରୂପରେଖ ଦେଇ ଥିଲେ । ଏବଂ +୨ଏନ ଏସ ଏସ ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ଼ଃ. ତାରାପ୍ରସାଦ ଦାସ ସଭାପତିତ୍ୱ କରିଥିବା ବେଳେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରଫେସର ପ୍ରଦୀପ କୁମାର ପାଢ଼ୀ, ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକ, ସବଜଜ ଶ୍ରୀ ହୃଷୀ କେଶ ଆଚାର୍ଯ୍ୟ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ, ମୁନ୍ସିଫ ଶ୍ରୀମତୀ ଚିନ୍ମୟୀ ଜେନା, ଜେ.ଏମ.ଏଫ.ସି ସୁଶ୍ରୀ ସ୍ଵୟଂପ୍ରଭା ସ୍ୱାଇଁ ପ୍ରମୁଖ ମଂଚାସୀନ ଥିଲେ. ଅଧିବ୍ୟକ୍ତା ଅଜିତ କୁମାର ଚୌଧୁରୀ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ତିନି ସହ ବିଦ୍ୟାର୍ଥୀ, ସମସ୍ତ ଅଧ୍ୟାପକ ଅଧ୍ୟାପିକା, +୩ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିଭୁ କଲ୍ୟାଣ ପଣ୍ଡା, ଦୟାନିଧି ବଡରଇତ, ସସ୍ମିତା ପାତ୍ର ତଥା ଅନ୍ୟାନ୍ୟ କର୍ମକର୍ତାଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସୁଶ୍ରୀ ପଟ୍ଟନାୟକ ପ୍ରାରମ୍ ରେ ଏହି ସଚେତନତା କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ସମ୍ୱନ୍ଧରେ କହିବା ପରେ ଅଧିବ୍ୟକ୍ତା ଶ୍ରୀ ନାରାୟଣ ମୁନି ଏସିଡ ଆକ୍ରମଣ ଓ ଏହାର ପ୍ରତିକାର ସମ୍ୱନ୍ଧୀୟ ଆଇନ ଉପରେ ବ୍ୟାଖ୍ୟା କରିଥିଲେ । ଏହାପରେ ସବଜଜ୍ ଶ୍ରୀ ଆଚାର୍ଯ୍ୟ, ଅଧିବ୍ୟକ୍ତା ଶ୍ରୀ ସୁରେନ୍ଦ୍ର ପଣ୍ଡା, ଶ୍ରୀ ସୁଧାଂଶୁ ପାଣିଗ୍ରାହୀ, ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରଧାନ ଏହି ଆଇନର ଦିଗ ଉପରେ କହିବା ସହ ବିଦ୍ୟାର୍ଥୀ ମାନଙ୍କୁ ଏସିଡ ଆକ୍ରମଣ କ୍ଷେତ୍ରରେ କଣ କରିବାକୁ ହେବ, ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ସର୍ବଶେଷରେ ଶ୍ରୀ ଅଜିତ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିବା ପରେ ସଭାକାର୍ଯ୍ୟ ସମାପ୍ତ ଘୋଷଣା କରାଯାଇଥିଲା ।

ADVERTISEMENT