ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ବୃଦ୍ଧି ପାଉଛି ଛାତ୍ର ଅଶାନ୍ତି

9

ବ୍ରହ୍ମପୁର,୨୨/୯(ଇ.ରଞ୍ଜନ) : ଗଞ୍ଜାମ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥା କମିବାର ନା ଧରୁନି। ଗୋଟିଏ ପରେ ଗୋଟିଏ ଅନୁଷ୍ଠାନର ପରିସର ଛାତ୍ର ଅଶାନ୍ତ ବୃଦ୍ଧି ଘଟୁଛି। ସମାଜର ଆଇନ ସେବା ଯୋଗାଇବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଥିବା ଆଇନ ଛାତ୍ରଛାତ୍ରୀ ବର୍ତ୍ତମାନ ମହାବିଦ୍ୟାଳୟରେ ଅନେକ ସମସ୍ୟା ଓ ଅଧକ୍ଷଙ୍କ ମନମୁଖି କାର୍ଯ୍ୟକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଦୀର୍ଘ ଦିନର ଅନେକ ସମସ୍ୟାକୁ କତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କତ୍ତୃପକ୍ଷମାନେ ନିରବଦ୍ରଷ୍ଟା ସାଜି ସମସ୍ୟାର ସମାଧାନ ପ୍ରତି ନଜର ନ ଦେବ ସହ ଛାତ୍ର ଆନ୍ଦୋଳନର ପ୍ରମୁଖ କାରଣ ବୋଲି ସମସ୍ତ ଛାତ୍ରମାନେ ଅଭିଯୋଗ କରିଥିବା ସୂଚନା ମିଳିଛି। ଏହି ମହାବିଦ୍ୟାଳୟରେ ୬ଟି ସେମିଷ୍ଟାରରେ ୪୮୦ ଆଇନ ଶିକ୍ଷାର୍ଥୀ ଅଧ୍ୟୟନ କରୁଥିବା ବେଳେ ୨ଜଣ ନିୟମିତ ଅଧ୍ୟାପକ ସହ ୨ଜଣ ଅତିଥି ଅଧ୍ୟାପକ ଶିକ୍ଷାଦାନ କରୁଛନ୍ତି। ଏତଦ୍ବ୍ୟତୀତ ଅନ୍ୟ ଅଣଶିକ୍ଷକ କର୍ମଚାରୀ କାର୍ଯ୍ୟ କରୁଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବହୁଦିନ ଧରି ଦେଖିନଥିବା ବରିଷ୍ଠ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ଦୀର୍ଘ ଦିନ ଧରି ବାର କାଉନ୍ସିଲ ଏଫିଲେସନ ଫି ୩୪୯୦୦୦ ଜମା କରିନଥିବା ଯୋଗୁ ଲାଇସେନ୍ସ ପାଇବାରୁ ଅନେକ ଛାତ୍ରଛାତ୍ରୀ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ ଆଧୁନିକ ଯୁଗର ଆଇନ ସହ ତାଳଦେବା ପାଇଁ କ୍ୟାମ୍ପସ ୱାଇଫାଇ ନିହାତି ଆବଶ୍ୟକ, ୪୮୦ ଛାତ୍ରଛାତ୍ରୀଙ୍କ ସକାଶେ ମୌଳିକ ଆବଶ୍ୟକତା ଶୌଚାଳୟ ନାହିଁ। ପରିସରରେ ପରିବେଶ ଦେଖିଲେ ବୁଦାଳିଆ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଆଜିର କାର୍ଯ୍ୟକ୍ରମରୁ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ ସ୍ପଷ୍ଟ ଅନୁମେୟ, ଏମଭି ଏକଟ(MV ACT) ସମ୍ପର୍କିତ ରଖିଥିବା ସେମିନର ନୋଟିସ ବୋର୍ଡ଼ରେ ସକାଳ ୧୧.୦୦ ଲେଖି ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତରେ ସକାଳ ୧୦ରେ ଜିଲ୍ଲାଜର୍ଜଙ୍କ ଉପସ୍ଥିତରେ ସେମିନାର କାର୍ଯ୍ୟ କରିବା ଶିକ୍ଷାର୍ଥୀଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବୃଦ୍ଧିଜୀବୀ ମାନଙ୍କୁ ହତଚକିତ କରିଛି ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିବା ଯୋଗୁ ସେ କହିଛନ୍ତି ଛାତ୍ରଛାତ୍ରୀ ସମସ୍ୟାର ସମାଧାନ ସକାଶେ ସହଯୋଗ କରିବା ଆବଶ୍ୟକ ରହିଛି। ସମସ୍ତ ସମସ୍ୟାର ସମାଧାନ ଧୀରେ ଧୀରେ କରାଯିବ ବୋଲି କହିଛନ୍ତି। ଶିକ୍ଷାର୍ଥୀଙ୍କ ଶୈକ୍ଷିକ ବିକାଶ ମୋର ଲକ୍ଷ୍ୟ ମୋ ଦ୍ୱାରା ଯଥାସମ୍ଭବ ପ୍ରୟାସ ଜାରି ରଖିଛି। ଅଧ୍ୟାପକ ନିୟୋଜିତ କରିବା ମୋ ହାତରେ ନାହିଁ। ଏହି ବାବଦରେ ଉଚ୍ଚ କତ୍ତୃପକ୍ଷଙ୍କୁ ଜ୍ଞାତ କରାଇ ସମସ୍ୟାର ସମାଧାନ କରିବି ବୋଲି କହିଛନ୍ତି।

ADVERTISEMENT