କନ୍ଧମାଳ ଜିଲ୍ଲାରେ ବାଲ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସ ପାଳିତ ହୋଇଯାଇଛି

24

କନ୍ଧମାଳ,୨୨/୯(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ବନ୍ଧଗଡ଼ ଗ୍ରାମପଞ୍ଚାୟତରେ ସ୍ଵାତି ସ୍ବେଛାସେବୀ ଅନୁଷ୍ଠାନ ଓ ସେବଦି ଚାଇଲଡ ଲାଇନ ତରଫରୁ ବାଲ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ସ୍ଥାନୀୟ ସରପଞ୍ଚ କୁଞବନ କହଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ । ମୂଖ୍ୟ ଅତିଥି ଭାବେ ବୈଜୟନ୍ତ ଷିଶୁ ବିକାଶ ସୁପରଭାଇଜର, ସମ୍ମାନିତ ଅତିଥି ନାଏବ ସରପଞ୍ଚ ବିନତି ମଲ୍ଲିକ, ଅଙ୍ଗନାବାଡି କର୍ମୀ ହରପ୍ରିୟା ଡଙ୍ଗରପଡା ଅଙ୍ଗନବାଡି ସୁପ୍ରଭା ପାତ୍ର, ମିନତି ପ୍ରଧାନ, ରତଙ୍ଗ ଅଙ୍ଗନବାଡି କର୍ମୀ ଓ କନକଲତା ପାତ୍ର (ଏ.ଏସ୍.ଏ,) ବସନ୍ତ କୁମାର ପ୍ରଧାନ (ଏ.ଏସ.ଏ)ଉପସ୍ଥିତିତ ରହି ସମାଜରେ ଅବହେଳିତ ଶିଶୁ ମାନଙ୍କୁ ଶିକ୍ଷା, ଅଧିକାର ଓ ଶୁରକ୍ଷା ର ସୁଯୋଗ ସୃଷ୍ଟି ବିଷୟରେ ଶିଶୁ ମାନଙ୍କ ମାଁ ଓ ମହିଳା ମାନଙ୍କୁ ବୁଝାଇ ଥିଲେ ।

ADVERTISEMENT