ବିଶ୍ୱବିଦ୍ୟାଳୟ ପରିସରରେ ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟର ଶିଳାନ୍ୟାସ

22

କଟକ,୨୨/୯(ଏଜେନସି) : ଆୟୁର୍ବେଦ ମଣିଷର ମନ ପ୍ରାଣ ଓ ଶରୀରକୁ ସୁସ୍ଥ ରଖେ। ଏହା ଆଧୁନିକ ଚିକିତ୍ସା ବିଜ୍ଞାନ ଭଳି ଗୁରୁତ୍ୱପୂର୍ଣ ଅଟେ। ଆୟୁର୍ବେଦ ବିଜ୍ଞାନ ୫ ହଜାର ବର୍ଷର ପୁରୁଣା ହେଲେ ବି ଆଜିର ସମୟରେ ବିଶେଷ ଭାବରେ ଆଦୃତ ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆୟୁର୍ବେଦର ଗୁରୁତ୍ବ ଉପରେ ବକ୍ତବ୍ୟ ରଖିବା ସହ ବିଶ୍ୱବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ ଆଜୀବନ ସଭାପତି ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କର ଚିକିତ୍ସାଳୟର ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ସାଂସଦ ଭର୍ତ୍ତୃହରି ମହତାବ, ଯୋଗ ଗୁରୁ ପଦ୍ମଶ୍ରୀ ଭାରତ ଭୂଷଣ, ବେଲଜିୟମର ସର୍ବାଧିକ କାଳ ସାଂସଦ ରହିଥିବା ଆଜୀବନ ରାଜ୍ୟପାହ୍ୟା ମନ୍ତ୍ରୀ ଡକ୍ଟର ହର୍ମାନ ଡିକ୍ରୁ, ଗୁଜରାଟର ଅୱଧ ଏବଂ ଗୋପିନ ଗ୍ରୁପର ପ୍ରତିଷ୍ଠାତା ଲାଭଜିଭାଇ ବାଦଶାହ, ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟର ସଭାପତି ରଜିତା କୁଲକର୍ଣ୍ଣି, ବିଶ୍ବବିଦ୍ୟାଳୟର କୁଳପତି ଅଜୟ କୁମାର ସିଂ ପ୍ରମୁଖ ଯୋଗ ଦେଇ ଥିଲେ।

ADVERTISEMENT