ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ

20

ଭୁବନେଶ୍ୱର ,୨୨/୯(ଏଜେନସି) : ମହାକାଳପଡ଼ା ବ୍ଲକ ର ସର୍ବପୂରାତନ ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟ ପରିସରରେ ଉଦ୍ୟାନ ବିଭାଗ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କରକମଳରେ ବୃକ୍ଷ ରୋପଣ ଆରମ୍ଭ ହୋଇଥିଲା ଏବଂ ଏହି ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ରେ ମହାକାଳପଡ଼ା ସରପଞ୍ଚ ମହୋଦୟା ଉପସ୍ଥିତ ରହି ବୃକ୍ଷ ରୋପଣରେ ଉଦ୍ୟାନ ବିଭାଗର ଅଧିକାରୀ ମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଓ ବୃକ୍ଷର ସୁରକ୍ଷା ବ୍ୟବସ୍ଥା ଆଗାମୀ ଦିନରେ କିପରି ଭାବରେ ପରିଚାଳନା କରାଯିବାର ବ୍ୟବସ୍ଥା ସରପଞ୍ଚ ମହୋଦୟା ନିଜ ହାତକୁ ନେଇଥିଲେ ଏବଂ ଏଥିସହିତ ମହାକାଳପଡ଼ା ମହାବିଦ୍ୟାଳୟର ଛାତ୍ର ନେତା ପ୍ରକାଶ ଚନ୍ଦ୍ର ଦାସ ଏହି ଭଳି ପ୍ରୟାସ ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟରେ ଆରମ୍ଭ ହୋଇଥିଲା ବେଳେ ସେ ଉଦ୍ୟାନ ବିଭାଗ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇବା ସହ ଆଗକୁ ଏହି ପ୍ରୟାସ ଜାରି ରଖିବାକୁ ଅନୁରୋଧ କରିଛନ୍ତି ll

ADVERTISEMENT