ଟ୍ରାଇ ଯୋଜନା ପ୍ରସ୍ତୁତ କରୁଛି ଖୁବଶୀଘ୍ର 11 ଡିଜିଟ ସମସ୍ତ ମୋବାଇଲ ନମ୍ୱର,

23

ଭୁବନେଶ୍ୱର ,୨୨/୯(ଏଜେନସି) : ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ଦେଶର ମୋବାଇଲ ନମ୍ୱରିଂ ସ୍କିମ ପରିବର୍ତ୍ତନ କରିବା ଉପରେ ବିଚାର କରୁଛି । ରିପୋର୍ଟ ଅନୁସାରେ, ଏଥିରେ ଆଉ ଏକ ନିଷ୍ପତ୍ତି ମୋବାଇଲ ନମ୍ୱରେ ସଂଖ୍ୟା ବୃଦ୍ଧି ସହ ଜଡିତ ହୋଇପାରେ ଏବଂ ଏହିପରି ଭାବେ ମୋବାଇଲ ନମ୍ୱର ସଂଖ୍ୟା 10 ପରିବର୍ତ୍ତେ 11 କରାଯିବ । ଏହା ପଛର କାରଣ ଟେଲିକମ କନେକ୍ସନରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଡିମାଣ୍ଡକୁ ଧରାଯାଉଛି । କୋଟି କୋଟି ମୋବାଇଲ ୟୁଜର୍ସ ଦେଶରେ ଟେଲିକମ ନମ୍ୱର ବଢୁଥିବାର ମୁଖ୍ୟ କାରଣ ଏବଂ ଅପୋରେଟର୍ସଙ୍କୁ ଏବେ ନୂଆ ମୋବାଇଲ ନମ୍ୱର ଆବଶ୍ୟକତା ରହିଛି । ଟ୍ରାଇ ଏପରି ଅନେକ ବିକଳ୍ପ ଉପରେ ଚିନ୍ତା କରୁଛି ଏବଂ ଏଥିରେ ମୋବାଇଲ ନମ୍ୱରିଂ ସିଷ୍ଟମକୁ ପରିବର୍ତ୍ତନ କରିବା ମଧ୍ୟ ସାମିଲ ରହିଛି । ବର୍ତ୍ତମାନ 9,8 ଏବଂ 7ରୁ ଆରମ୍ଭ ହେଉଥିବା ମୋବାଇଲ ନମ୍ୱର ସହ ପ୍ରାୟ 210 କୋଟି ନୂଆ ଟେଲିକମ କନେକ୍ସନ ଯୋଗା ଯାଇପାରେ । ଦେଶରେ ବର୍ଷ 2050 ସୁଦ୍ଧା ବର୍ତ୍ତମାନର ନମ୍ୱରକୁ ଛାଡି ପ୍ରାୟ 260 କୋଟି ନୂଆ ନମ୍ୱରର ଆବଶ୍ୟକତା ପଡିପାରେ । ଭାରତ ନିଜର ନମ୍ୱରିଂ ସିଷ୍ଟମ ଏବଂ ପ୍ଲାନ୍ସକୁ ଏହା ପୂର୍ବରୁ 1993 ଏବଂ 2003 ମସିହାରେ ଦୁଇଥର ପରିବର୍ତ୍ତନ କରିଥିଲା । 2003ରେ ଗ୍ରହଣ କରାଯାଇଥିବା ନମ୍ୱରିଂ ପ୍ଲାନରୁ ପ୍ରାୟ 75 କୋଟି ନୂଆ ଫୋନ କନେକ୍ସନ ପାଇଁ ରାସ୍ତା ବାହାରି ଥିଲା । ଏଥିରୁ 45 କୋଟି ସେଲ୍ୟୁଲାର ଥିବାବେଳେ 30 କୋଟି ଲ୍ୟାଣ୍ଡ ଲାଇନ ଫୋନ ନମ୍ୱର ଥିଲା । କେବଳ ମୋବାଇଲ ନୁହେଁସ, ଫିକ୍ସଡ ଲାଇନ ନମ୍ୱର ମଧ୍ୟ 10 ଡିଜିଟ ନମ୍ୱରିଂରୁ 11କୁ ପରିବର୍ତ୍ତିତ ହୋଇପାରେ । ଏହାସହ ଡଙ୍ଗଲ କନେକ୍ସନ ପାଇଁ ମୋବାଇଲ ନମ୍ୱର ଗୁଡିକୁ 10ରୁ 13 ଡିଜିଟର କରାଯାଇପାରେ ଏବଂ ଏପରି ନମ୍ୱର ସିରିଜ 3,5 ଏବଂ 6ରୁ ଆରମ୍ଭ ହୋଇପାରେ ।

ADVERTISEMENT