ଓଡିଶା ସେଲସ୍ ରିପ୍ରେଜେଣ୍ଟିଭ ୟୁନିଅନ୍ ର ନବମ ବାର୍ଷିକୀ ସମିଳନୀ

13

ବ୍ରହ୍ମପୁର,୨୨/୯(ସଞ୍ଜୟ ବିଶ୍ୱାଳ) : ହିଲପାଟଣା ସ୍ତିତ ସହିଦ ଲଖ୍ମଣ ନାୟକ କମ୍ୟୁନିଟି ହାଲ ଠାରେ ଓଡିଶା ସେଲସ ର୍ରେପ୍ରେଜେନ୍ତିଭ ୟୁନିଅନ ବ୍ରହ୍ମପୁର ଓ ଜିଲ୍ଲା କମିଟିର ବାର୍ଷିକୀ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମିଳନୀରେ ଓସ୍ତୁର ସଭାପତି ଏ.ଭବାନୀ ଶଙ୍କର ପାତ୍ର ଏବଂ ଉପ ସଭାପତି ସ୍ବସ୍ତି ସୁନ୍ଦର ସିଂଘ ସଭାପତିତ୍ୱ କରିବା ସହିତ ‘ସିଟୁ ‘ ରାଜ୍ୟ ନେତୃତ୍ୱ ନେଇଥିବା , ଅଳି କିଶ୍ବର ପଟନାୟକ ସମ୍ମିଳନୀକୁ ଉଦ୍ଘାଟନ କରି ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ଦର ବୃଦ୍ଧି ,ବେକାରୀ କର୍ମଚାରୀ ଓ ଶ୍ରମିକ ମାରଣ ନୀତିକୁ ସମାଲୋଚନା କରିଥିଲେ । ପ୍ରଫେସର ଡ଼ଃ ରାଧାମାଧବ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡ଼ଃ ରୋନକ ଗାନ୍ଧୀ ଓ ଡ଼ଃ ଦେବଦର୍ଶୀନି ସାହୁଙ୍କୁ ସାମାଜିକ କୃତିତ୍ୱ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଔଷଧ ନୀତି ଓ ସରକାରଙ୍କ ଶ୍ରମ ଆଇନ୍କୁ ପରିବର୍ତନ କରି କୋଡ଼ ରେ ପରିଣତ କରିବା ଏବଂ ସେଲସ ପ୍ରମୋଶନ କର୍ମଚାରୀ ଆଇନକୁ ରଦ୍ଧ କରିବାକୁ ବିରୋଧ କରିଥିଲେ ସଙ୍ଘର ସାଧରଣ ସମ୍ପାଦକ ସତ୍ୟବ୍ରତ ମହାପାତ୍ର ।

ADVERTISEMENT