ଶିବାନନ୍ଦ ଶିଶୁମନ୍ଦିରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

34

ବ୍ରହ୍ମପୁର,୨୨/୯(ସଞ୍ଜୟ ବିଶ୍ୱାଳ) : ଅଙ୍କୋଲି ଶିବାନନ୍ଦ ଶିଶୁମନ୍ଦିରେ ଜ୍ଞାନ ବିଜ୍ଞାନ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାଟି କେ ଶ୍ରୀଧର ଦାସଙ୍କ ଅଧକ୍ଷତରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ହୋମିଓପାଥି ଚିକିତ୍ସା ଅଧିକାରୀ ଡ଼ଃ ରମେଶ ଚନ୍ଦ୍ର ପଟନାୟକଙ୍କ କର କମଳରେ ଜ୍ଞାନ ବିଜ୍ଞାନ ମେଳା ଶୁଭାରମ୍ଭ ହୋଇଥିଲା । ଅତିଥି ଭାବେ ଅଙ୍କୋଲି ଉଚ୍ଚ ବିଦ୍ୟଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରୋମଦିନି ପଟନାୟକ ,ସମ୍ବାଦକ ଏଲ ସୁଦାମ ଦାସ ,ପ୍ରଧାନ ଶିକ୍ଷୟତ୍ରୀ ମମତା ପଟନାୟକ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କୁ ବିଜ୍ଞାନ ଶିକ୍ଷାର ଅବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା 52 ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସେଥି ମଧ୍ୟରେ ବାୟୁ ପ୍ରଦ୍ୟୁଷଣ ,ଵର୍ଷା ଜଳ ସଂରଣକ୍ଷ ,ଜଳ ତରାଙ୍ଗରୁ ବିଦ୍ୟୁତ ପଙ୍ଖା ପ୍ରଭୃତି ପ୍ରକଳ୍ପ ଉଚ୍ଚ କୋଟିର ଥିଲା । ବିଦ୍ୟାଳୟ ଶିକ୍ଷୟତ୍ରୀ ଶିକ୍ଷକ ସୁକାନ୍ତ ବରାଦ, ମିନତୀ ନାୟକ,ପିଙ୍କି ନାୟକ, ଜିତୁ ବେହେରା ,ଭାରତୀ ନାୟକ,କୁନି କୁମାରୀ ସାହୁ , ସନ୍ଧ୍ୟରାଣୀ ରଥ , ସୁନିତା ଗୌଡ଼ , ପ୍ରଣତି ଦାସ, ଜୟନ୍ତୀ ସ୍ୱାଇଁ , ସଂଯୁକ୍ତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବିଜ୍ଞାନ ମେଳା ଉତ୍ସବ ପରିଚାଳନା କରିଥିଲେ ।

ADVERTISEMENT