ବିଧବା ମହିଳାଙ୍କୁ ନିର୍ମମଭାବେ ହତ୍ୟା

9

ପାଳଲହଡା,(ଏଜେନ୍ସି) :ପାଳଲହଡା ଥାନା ଅନ୍ତର୍ଗତ ବାତିଶୁଆଁ ପଞ୍ଚାୟତ ସୋଲଡା ଗ୍ରାମର ଜଣେ ବିଧବା ମହିଳା ଗୁବେଇ କୁଙ୍କାଲ (36 ବର୍ଷ) ଙ୍କୁ ସେହି ଗ୍ରାମର ସୁକୁଦାର ସୋରେନ (45ବର୍ଷ) ଏକ ଟାଙ୍ଗିଆରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି l ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗୁବେ଼ଇ ସନ୍ଧ୍ୟାରେ ନିଜ ଘର ସମ୍ମୁଖରେ ବସିଥିବା ବେଳେ ସୁକୁଦାର ତାଙ୍କୁ ଆକ୍ରମଣ କରିଥିଲା । ସେ ଏକ ଟାଙ୍ଗିଆରେ ଗୁବେଇଙ୍କ ବେକ ଓ ମୁଣ୍ଡକୁ ହାଣି ଅତି ନିର୍ମମଭାବେ ହତ୍ୟା କରି ଗାତ ଖୋଲି ଶବକୁ ପୋତି ଦେବାକୁ ଉଦ୍ୟମ କରି ବିଫଳ ହେବାପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ଅନ୍ୟପଟେ ହତ୍ୟା ପରେ ଶୁକୁଦାର ଗାଁ ପାଖ ଜଙ୍ଗଲରେ ଲୁଚିଥିବା ବେଳେ ପାଳଲହଡା ଥାନା ଏସ୍. ଆଇ ଆଶିଷ କୁମାର ଦାସ କିଛି ସ୍ଥାନୀୟ ଯୁବକଙ୍କ ସହଯୋଗରେ ଅଭିଯୁକ୍ତକୁ ରାତି ପ୍ରାୟ ୯ଟା ବେଳେ ବାଲିମ ଗାଁ ନିକଟରୁ ଗିରଫ କରିଥିଲେ ଏବଂ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଥିଲେ । ତେବେ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। ପାଳଲହଡ଼ା ଥାନାରେ ଏ ନେଇ ଅଭିଯୁକ୍ତଙ୍କ ନାମରେ ଏକ ହତ୍ୟା ମାମଲା ରୁଜୁ ହୋଇଛି l

ADVERTISEMENT