ବାଲିଗୁଡା ଲଣ୍ଡାଗାଁ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଅନ୍ୟ ଜଣେ ଗୁରୁତର ଆହାତ

118

କନ୍ଧମାଳ, ୨୩/୯ (ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡା ଲଣ୍ଡାଗାଁ ରାସ୍ତା ସୁଡ୍ରା ଗ୍ରାମ ଅନ୍ତର୍ଗତ ବାତୋଡ଼ି ଘାଟି ଠାରେ ଗତକାଲି ରାତିରେ ମୋହନଗିରିରୁ ଗାଁକୁ ଫେରିବା ବେଳେ ଗୋଟିଏ ମୋଟର ସାଇକଲ ଗଛରେ ପିଟି ହୋଇଥିଲା ଯାହା ଫଳରେ ବାଇକ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଆଉଜଣକୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ଆଜି ସକାଳୁ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ହୋଇଥିବା ଶବକୁ ଉଦ୍ଧାର କରି ବାଲିଗୁଡା ଡାକ୍ତରଖାନାକୁ ଶବବ୍ୟବଛେଦ ପାଇଁ ପଠାଇଥିଲେ । ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ନାମ ନଟବର ଦିଗାଳ ବାପାଙ୍କ ନାମ ରାଜମା ହରିଜନ ସୁଡ୍ରା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଜୁକ୍ଳାପି ବୟସ 35 ଆହାତ ହୋଇଥିବା ବ୍ୟକ୍ତି ଟିନୁକ ଦିଗାଳ ମୋହନଗିରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯାମୁଲି ବୟସ 40 ଘଟଣା ସ୍ଥଳରେ ସୁଡ୍ରା ସରପଞ୍ଚ ନରସିଂହ ମଳିକ ଓ ଗ୍ରାମବାସୀ ସମସ୍ତେ ଉପସ୍ଥିତ ଥିଲେ ।

ADVERTISEMENT